ଜାତୀୟ
ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ପ୍ରଥମ ଥର ପାଇଁ ରେକର୍ଡ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି

ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ପ୍ରଥମ ଥର ପାଇଁ ରେକର୍ଡ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେ ୨୧ ରେ ଏକ ନୂତନ ଉଚ୍ଚସ୍ତରରେ ପହଞ୍ଚିଛି।
ଯାହା ଭାରତୀୟ ଷ୍ଟକ ବଜାରରେ ଜାରି ରହିଥିବା ଉନ୍ନତିକୁ ସୂଚାଇଛି। ବିଏସଇରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମୋଟ ମାର୍କେଟ କ୍ୟାପ ୫ ଟ୍ରିଲିୟନ ଡଲାର ବା ୪୧୪.୪୬ ଟ୍ରିଲିୟନ ଟଙ୍କାରୁ ଅଧିକ ରେ ପହଞ୍ଚିଛି। ଯାହା ବର୍ଷ ଆରମ୍ଭରୁ ୬୩୩ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି ।