ଜାତୀୟ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ନାହିଁ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ନାହିଁ। ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ହାଜତ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି।
ଏବେ ସେ ମେ’ ୩୧ ଯାଏ ଜେଲ ହାଜତରେ ରହିବେ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଗତବର୍ଷ ଫେବୃଆରୀ ମାସରେ ସିସୋଦିଆଙ୍କୁ ଗିରଫ କରିଥିଲା।