Featuredଓଡ଼ିଶାଜାତୀୟମନୋରଞ୍ଜନ

ମୃତକଙ୍କ ପରିବାର ଓ ଆହତଙ୍କୁ ସାହାଯ୍ୟ ଲାଗି ପାଦ ବଢ଼ାଇଲେ ରିଅଲ୍ ହିରୋ ସୋନୁ ସୁଦ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ଦେଶ ପାଇଁ ଏକ ବଡ଼ ବିପର୍ଯ୍ୟୟ । କେହି କିଛି ବୁଝିବା ଆଗରୁ ନିମିଷକରେ ବହୁ ଜୀବନ ନାଶ କରିଦେଲା ଲୌହ ଦାନବ । ଏଭଳି ବିପୁଳ କ୍ଷତି ଦେଶ ପାଇଁ ବଡ଼ ସଂକଟ ପରିସ୍ଥିତି ସୃଷ୍ଟି କରିଛି । ଏହି ଦୁର୍ଘଟଣାରେ ସରକାରୀ ଭାବେ ୨୮୮ ଯାତ୍ରୀଙ୍କର ଜୀବନ ଯାଇଥିବା ଓ ୯୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଏଭଳି ଦାରୁଣ ଦୁଃଖ ସମୟରେ ଅନେକ ବ୍ୟକ୍ତି ନିଜର ସାଧ୍ୟ ଅନୁସାରେ ସାହାଯ୍ୟର ହାତ ବଢ଼ାଇବାକୁ ଆଗେଇ ଆସିଛନ୍ତି । ଆଉ ଏଭଳି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ । ବାସ୍ତବରେ ତାଙ୍କୁ ରିଲ୍ ହିରୋ ମଧ୍ୟରେ ସୀମିତ ରଖିନି ସମାଜ । କୋଭିଡ୍ କାଳରେ ସେ ଯେଭଳି ଲୋକଙ୍କୁ ସାହାଯ୍ୟ କରିଆସିଲେ ତାଙ୍କୁ ରିଅଲ୍ ହିରୋର ମାନ୍ୟତା ମିଳି ସାରିଛି । ଏବେ ବାହାନଗା ଟ୍ରାଜେଡି ପାଇଁ ମଧ୍ୟ ସେ ଗଭୀର ମର୍ମାହତ ହୋଇଛନ୍ତି ଓ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ଶେଆର କରି ଏହି ସୂଚନା ଦେଇଛନ୍ତି ।

ସୋନୁ ପାଷ୍ଟ କରିଥିବା ଭିଡିଓରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଦେବା ସହ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ସେ କହିଛନ୍ତି ଯେ ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ଅଧିକ ପ୍ରଭାବିତ ହୋଇଥିବା ପରିବାର ସମ୍ପର୍କରେ ଆମେ ଜାଣିବାକୁ ଉଦ୍ୟମ ଜାରି ରଖିଛୁ । କିଛି ଲୋକ ସେମାନଙ୍କ ପରିବାର ଲୋକଙ୍କୁ ହରାଇଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନେ ବର୍ତ୍ତମାନ କିପରି ଜୀବନ ଯାପନ କରିବେ ତାହା ଜାଣନ୍ତି ନାହିଁ । ସେହି ପୀଡିତ ପରିବାରକୁ ସାହାଯ୍ୟ କରିବା ପାଇଁ ସୋନୁ ହେଲପ ଲାଇନ ନମ୍ବର ଶେୟାର କରିଛନ୍ତି । ୯୯୬୭୫୬୭୫୨୦ ନମ୍ବର ମାଧ୍ୟମରେ ଲୋକମାନେ ତାଙ୍କ ଟିମ ସହ ଯୋଗାଯୋଗ କରିପାରିବେ । ତେବେ ଏହି ନମ୍ବରରେ କଲ କରିପାରିବେ ନାହିଁ କେବଳ ଏସଏମଏସ ମାଧ୍ୟମରେ କଥା ହୋଇପାରିବେ । ସେହିପରି ଦୁର୍ଘଟଣାରେ ପୀଡିତ ପରିବାରକୁ ସହେଯାଗ କରିବା ପାଇଁ ତାଙ୍କ ଚ୍ୟାରିଟି ଫାଉଣ୍ଡେସନ କାମ ଆରମ୍ଭ କରିଦେଇଛି । ସୋନୁ ସୁଦ ପୀଡିତ ମାନଙ୍କୁ ସାହାର୍ଯ୍ୟ କରିବାକୁ ଆଗକୁ ଆସିଥିବାରୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରୁଛନ୍ତି ।

ଜଣେ ୟୁଜର୍ସ ସୋନୁ ସୁଦଙ୍କ ଏହି ପୋଷ୍ଟରେ କମେଂଟ କରି କହିଛନ୍ତି ଏହା ତୁମ ଠାରୁ ଆଶା କରାଯାଉଥିଲା ଭାଇ ଏବଂ ଏଥର ତୁମେ ତୁମର ଆଶା ପୂରଣ କରିଛ । ସେହିପରି ଅନ୍ୟଜଣେ ଲେଖିଛନ୍ତି କୃଷକ, ଶ୍ରମିକ ଓ ଗରିବଙ୍କ ପୁଅ ଯିଏ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଥିଲେ, ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ପରିବାରକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ ସାର। ଏଠି ଆମେ କହି ରଖୁଛୁ ୨୦୨୦ ମସିହା କୋଭିଡ ସମୟରେ ଲକଡାଉନ ଯୋଗୁଁ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ । ଲୋକଙ୍କୁ ସୁବିଧାରେ ଘରେ ପହଞ୍ଚାଇବା ପାଇଁ ସେ ମାଗଣାରେ ସବୁ ବ୍ୟବସ୍ଥା କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗଭର ହୋଇଛନ୍ତି । ଏହାରି ଭତରେ ସୁନୁ ସୁଦ ଓ ତାଙ୍କ ଟିମ ହଜାର ହଜାର ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିସାରିଲେଣି ।

Related Articles

Back to top button
WP Twitter Auto Publish Powered By : XYZScripts.com