ଓଡ଼ିଶା

ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଟାୟାର ଜାଳି ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବଡବିଲ() କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଯୋଡ଼ା ତାରିଣୀ ଛକ, ଏମଏମଟିସି କଲୋନୀ ନିକଟରେ ରାସ୍ତା ଅବରୋଧ କରାଯାଇଥିବା ବେଳେ, ସମାଧାନର ବାଟ ବାହାରିପାରିନାହିଁ ।

ସୋମବାର ରାତି ପ୍ରାୟ ୧୦ଟା ୧୫ମିନିଟରେ ଜେଏଚ୦୫ସିସି୦୯୮୩ ନମ୍ବର ବିଶିଷ୍ଟ କାର୍ ଏକ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୨ ବାଇକ୍ ଆରୋହୀ  ପ୍ରାଣ ହରାଇଥିଲେ ।  ମୃତକ ଯୋଡ଼ା ବାଚୁ ହଟିଂର ସ୍ବପ୍ନେଶ୍ବର ତନ୍ତୀ ଓ ଚିଟୁ ବିନ୍ଧାଣୀ । ଉଭୟ  ଏକ ଖଣିରେ କାମ କରୁଥିଲେ । ବି-ସିଫ୍ଟ ସାରି ବାଚୁ ହଟିଂ ସ୍ଥିତ ନିଜ ଘରକୁ ଫେରୁଥିଲେ । ତେବେ ଘରଠାରୁ ଅଳ୍ପ ଦୂରରେ ହିଁ ଦୁର୍ଘଟଣାର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା କାର୍ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଖବର ପାଇ ଯୋଡ଼ା ପୋଲିସ ମୃତଦେହକୁ ଉଦ୍ଧାର କରି ଟାଟା ହସ୍ପିଟାଲକୁ ପଠାଇଥିଲା । ତେବେ ପରିବାର ଲୋକଙ୍କୁ ନ ଜଣାଇ ପୋଲିସ ଘଟଣାସ୍ଥଳରୁ ଶବ ଉଠାଇ ନେବା ଫଳରେ ଉତ୍ତେଜନା ଦେଖାଦେଇଥିଲା । ମୃତକ ୨ ଜଣ, ଉଭୟ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ତାଙ୍କ ପରିବାରକୁ ଚଳାଇବା ପାଇଁ  ଆଉ କେହି ସକ୍ଷମ ନାହାନ୍ତି । ତେଣୁ ମୃତକଙ୍କ ପରିବାରରୁ ଜଣକୁ ଚାକିରୀ ଦେବା ସହ ଉଚ୍ଚିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଯୋଡ଼ା ଆଇଆଇସି ପଦ୍ମାଳୟା ସାହୁ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ବି ସମାଧାନର ବାଟ ବାହାରିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com