ଓଡ଼ିଶା

ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେଡିର ଦାବିପତ୍ର ପ୍ରଦାନ, ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର( ) ଆସନ୍ତା ଫେବ୍ରୁଆରୀ ୧୬ରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ବିଜୁ ଜନତା ଦଳ(ବିଜେଡି) ର ତିନି ଜଣିଆ ଟିମ୍ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେଡି ରାଜ୍ୟ ପ୍ରବକ୍ତା ଲେଲିନ୍ ମହାନ୍ତି, ବିଜେଡି ପ୍ରବକ୍ତା ସୁଲୋତା ଦେଓ ଏବଂ ବିଜୁ ଯୁବବାହିନର ସମ୍ପାଦିକା ଇପସ୍ପିତା ସାହୁ ରାଜଯ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ।

ସୂଚନା ଅନୁୟାୟୀ, ରାଜ୍ୟରେ ବିଜେପି ହିଂସାତ୍ମକ ପରିବେଶ ସୃଷ୍ଟି କରୁଛି । ବିଜେପିର ପରାଜୟ ସୁନିଶ୍ଚିତ ଯାହାକୁ ନେଇ ସେମାନେ ଏକ ଅଶାନ୍ତ ପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଛି । ବିଜେଡିର ରାଜ୍ୟ ପ୍ରବକ୍ତା ଲେଲିନ୍ ମହାନ୍ତି କହିଛନ୍ତି ଯେ, ରାଜ୍ୟ ବିଜେଡି କାର୍ଯ୍ୟକର୍ତ୍ତା ଏବଂ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଉଛି । ବିଜେପିର କେତେକ ଉଚ୍ଚ ପଦାଧିକାରୀମାନେ ଭଦ୍ରକ, କାମାକ୍ଷାନଗର, ପିପିଲି ଓ ଯାଜପୁର ଆଦି ସ୍ଥାନରେ ବିଜେଡି କର୍ମୀ ସହିତ ପୋଲିସମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି । ଯାହାକୁ ସେ ବିରୋଧ କରିବା ସହ ଏହାର ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com