ଜାତୀୟରାଜନୀତି

ଲାଲକିଲ୍ଲାରେ କେଉଁଠି ବସିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଦେଖନ୍ତୁ

ନୂଆ ଦିଲ୍ଲୀ: ଆଜି ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ଏନେଇ ଉତ୍ସବମୁଖର ସାରାଦେଶ । ଏହି ଅବସରରେ ଲାଲକିଲ୍ଲାରେ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଉପସ୍ଥିତ ଥିଲେ ଅନେକ ବରିଷ୍ଠ ନେତା । ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ରାଜନାଥ ସିଂ ଓ ବାଚସ୍ପତି ଓମ ବିର୍ଲାଙ୍କ ପର୍ଯ୍ୟନ୍ତ ଅନେକ ନେତା ରେଡ ଫୋର୍ଟରେ ଉପସ୍ଥିତ ରହିଥିଲେ ।

ଏହାସହ ଅନେକ ବିରୋଧୀ ଓ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ହକି ଖେଳାଳୀ ବି ପତାକା ଉତ୍ତୋଳନରେ ସାମିଲ ହୋଇଥିଲେ । ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବି ସ୍ୱାଧୀନତା ଦିବସରେ ଅଂଶ ଗ୍ରହଣ କରିଥିଲେ ।

ଆଉ ତାଙ୍କୁ ରେଡ ଫୋର୍ଟକୁ ପାଛୋଟି ନେଇଥିଲେ ସୁରକ୍ଷା କର୍ମୀ । କିନ୍ତୁ ସବୁଠୁ ବଡ କଥା ହେଲା ତାଙ୍କୁ ଯେଉଁ ଆସନ ମିଳିଥିଲା । ହକି ଖେଳାଳୀଙ୍କ ପଛରେ ବସିଥିଲେ ରାହୁଲ ଗାନ୍ଧି । ଅର୍ଥାତ ଥାର୍ଡ ବେଂଚରେ ଅଲିମ୍ପିକ୍ସ ଖେଳିଳୀଙ୍କ ମଝିରେ ବସିଥିବା ନଜର ଆସିଥିଲେ ।

ଯାହାକୁ ନେଇ ସୋସିଆଲ ମିଢିଆରେ କରାଯାଉଛି ଜୋରଦାର ବିରୋଧ । କାରଣ ନିୟମ ଅନୁସାରେ ଆଗରେ ବସନ୍ତି ବିରୋଧୀ ଦଳ ନେତା l ହେଲେ ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି l ଯାହାକୁ ନେଇ ଚର୍ଚ୍ଚା ଜୋର l

ସେ ୨୩୩ ବିରୋଧୀ ସାଂସଦଙ୍କ ନେତା ଓ ଭାରତୀୟଙ୍କ ସ୍ୱର ହୋଇଥିବାରୁ ତାଙ୍କୁ ବିଜେପି ଏ କି ସମ୍ମାନ ଦେଉଛି ବୋଲି ଉଠିଛି ପ୍ରଶ୍ନ । ଏମିତି ଲୋକେ କହିଛନ୍ତି, ବିଜେପି ମନେ ରଖିବା ଉଚିତ ଯେ, ଏହି ସରକାର ଦିନେ ଯିବ ଏବଂ ରାହୁଲ ଗାନ୍ଧି ସେଠାରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ବସିବେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com