ଓଡ଼ିଶାରାଜନୀତି

ମାର୍କେଟରେ ଚର୍ଚ୍ଚା-ବିଜେପି କାମରେ ବିଜୟ ପଟ୍ଟନାୟକଙ୍କ ଅଭିଜ୍ଞତା !

ଭୁବନେଶ୍ୱର:  ପୂର୍ବତନ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ପାରଳାଖେମୁଣ୍ଡିର ବିଧାୟକ ପ୍ରାର୍ଥୀ। ପରାଜିତ ହୋଇଥିଲେ ମଧ୍ୟ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। କିନ୍ତୁ ଷ୍ଟିୟରିଂ କମିଟି ଗଠନ ହେବାପରେ ସେଥିରେ ତାଙ୍କୁ ସ୍ଥାନ ମିଳିନଥିଲା।

ଏହାପରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରୁ ଦେଇଥିଲେ ଇସ୍ତଫା। ଆଉ କହିଥିଲେ କଂଗ୍ରେସରେ ମୋର ପ୍ରେଷ୍ଟିଜ ନଥିଲା। ଦଳ ପାଇଁ ୟୁଜ୍ ଫୁଲ ହେଲିନାହିଁ। ତେଣୁ ମୁଁ ଇସ୍ତଫା ଦେଲି। କିନ୍ତୁ ଲୋକଙ୍କ ସେବା କରିବି ।

କୌଣସି ରାଜନୈତିକ ଦଳକୁ ଯିବିନାହିଁ ବୋଲି କହିଥିଲେ ବିଜୟ । ଏବେ କିନ୍ତୁ ମାର୍କେଟରେ ଚାଲିଛି ଅଲଗା ଚର୍ଚ୍ଚା। ବିଜୟ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଡଭାଇଜର। ଅର୍ଥାତ୍ ମୋହନଙ୍କୁ ପରାମର୍ଶ ଦେବେ।

କାରଣ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ସାଙ୍ଗକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ବି ରହିସାରିଛନ୍ତି। ଏହାସହ ନବୀନ ପଟ୍ଟନାୟକଙ୍କ ସହିତ ମଧ୍ୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ସେହିପରି କଂଗ୍ରେସ ସହ ସର୍ଟ ଟର୍ମ ରହିଥିଲେ ବି ସେତେଟା ସଫଳତା ପାଇନାହାନ୍ତି। ତେଣୁ ବିଜେପିକୁ ଆସି ମୁଖ୍ୟମନ୍ତ୍ରୀଙ୍କ ସଲାକାର ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com