ଜାତୀୟରାଜନୀତି

ଟିକେଟ ବାଣ୍ଟିବା ପୂର୍ବରୁ ରାହୁଲ ଗାନ୍ଧିଙ୍କ ସର୍ତ୍ତ-କହିଲେ ବିଧାନସଭାରେ ଯିଏ…

ଜମ୍ମୁ-କାଶ୍ମୀର-ହରିୟାଣା: ଆଗକୁ ଆସୁଛି ୨ରାଜ୍ୟର ବିଧାନସଭା ନିର୍ବାଚନ । ଆସନ୍ତା ମାସରେ ଜମ୍ମୁ-କାଶ୍ମୀରରେ ଓ ଅକ୍ଟୋବରରେ ହରିୟାଣାରେ ପଡିବ ଭୋଟ । ଏନେଇ ପ୍ରସ୍ତୁତ ହେଲାଣି କଂଗ୍ରେସ । କମ ଦିନଥିବାରୁ କାହାକୁ ଟିକେଟ ଦେବ, ସେ ନେଇ ଚଳାଇଛି କସରତ୍ ।

ଏହାରି ଭିତରେ ଟିକେଟ ବଣ୍ଟନ ସମ୍ପର୍କରେ ଛୋଟ-ବଡ ସମସ୍ତ ନେତାଙ୍କ ପାଇଁ ସର୍ତ୍ତ ରଖିଛନ୍ତି ରାହୁଲ ଗାନ୍ଧି । ହରିୟାଣା, ଜମ୍ମୁ କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଦେଶରେ ଅନେକ ତୁମ୍ବି ତୋଫାନ ଘଟିଥିବା ବେଳେ ପ୍ରାର୍ଥୀ ଚୟନ ନେଇ ଦଳ ମଧ୍ୟରେ ଦେଖାଦେଇଛି ଅଶାନ୍ତି ।

ତେଣୁ ସୋମବାର ଆୟୋଜିତ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକରେ ଏହା ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଏହି ରାଜ୍ୟଗୁଡିକରେ ଟିକେଟ ବଣ୍ଟନ ସମ୍ପର୍କରେ ରାହୁଲ ଗାନ୍ଧି ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ସେ ଯେତେ ବଡ଼ ନେତା ହୁଅନ୍ତୁ ନା କାହିଁକି, କେବଳ ତାଙ୍କ ସୁପାରିଶ ଆଧାରରେ ଟିକେଟ ଦିଆଯିବା ଉଚିତ୍‌ ନୁହେଁ ।

କିନ୍ତୁ ଟିକେଟ ଜଣେ ଶକ୍ତିଶାଳୀ କର୍ମୀଙ୍କୁ ଦିଆଯିବା ଉଚିତ୍‌ , ଯଦିଓ ତାଙ୍କ ନାମ କୌଣସି ବଡ ନେତାଙ୍କ ଦ୍ୱାରା ନିଆଯାଇ ନ ଥାଏ । ଏପରିକି ଯାହା ପାଖରେ ସମ୍ବଳ ଥିବ, ସେହି ନେତାକୁ ହିଁ କେବଳ ଟିକେଟ ମିଳିବ, ତାହା ନୁହେଁ । ଯଦି ଦଳର ନେତା ଜିତିବାର ସମ୍ଭାବନା ଥାଏ ତେବେ ତାଙ୍କୁ ପ୍ରାଥମିକତା ଦିଆଯିବା ଉଚିତ୍‌ ବୋଲି କହିଛନ୍ତ ରାହୁଲି ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com