ଜାତୀୟରାଜନୀତି

ରାହୁଲ ଖେଳିଲେ ଦଳିତ କାର୍ଡ! କହିଲେ ମୁଁ ସେମାନଙ୍କ ପାଇଁ ନ୍ୟାୟ ମାଗିବି

ନୂଆ ଦିଲ୍ଲୀ: ଦେଶରେ ଦଳିତଙ୍କୁ ମିଳୁନି ନ୍ୟାୟ । ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଏହାପରେ କେନ୍ଦ୍ର ସରକାରଙ୍କ ଲାଟେରାଲ ଏଂଟ୍ରୀକୁ ନେଇ ମଧ୍ୟ ଖୁବ ବର୍ଷିଛନ୍ତି । ଯେଉଁଥିରେ ଦଳିତ ଲୋକମାନଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ସେ କହିଛନ୍ତି ।

ଏହାରି ଭିତରେ ୟୁପିରେ ଘଟିଯାଇଛି ଏକ ଘଟଣା । ରାଏବରେଲୀରେ ଜଣେ ଦଳିତ ଯୁବକକୁ ହତ୍ୟା କରାଯାଇଛି । ଏବଂ ତାଙ୍କ ପରିବାରକୁ ବ୍ଲାକମେଲ କରାଯାଉଛି । ହେଲେ ଏନେଇ କୌଣସି ଆକ୍ସନ ନିଆଯାଉନାହିଁ ।

ତେଣୁ ସେଠାରେ ଏକାଠି ହୋଇଥିବା ଦଳିତଙ୍କୁ ସମର୍ଥନ କରି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ସାଂସଦ । ଏହିସମୟରେ ରାହୁଲ କହିଛନ୍ତି ମୁଁ ଏଠାକୁ ସେମାନଙ୍କ ପାଇଁ ନ୍ୟାୟ ମାଗିବାକୁ ଆସିଛି । ଶୁଣନ୍ତୁ କଣ କହିଛନ୍ତି ରାହୁଲ ।

ତେବେ ଏତିକିବେଳେ କୋଲକାତା ଦୁଷ୍କର୍ମ ଘଟଣାକୁ ନେଇ ପ୍ରଶ୍ନ କରିଥିଲେ ସାମ୍ବାଦିକ । ହେଲେ ଏହାକୁ ଏଡାଇ ରାଗିଯାଇଥିଲେ ରାହୁଲ ଗାନ୍ଧି । କହିଥିଲେ ମୁଁ ଦଳିତଙ୍କୁ ରକ୍ଷା କରିବାକୁ ଆସିଛି ଆଉ ତାଙ୍କ ସ୍ୱର ହେବି । ସେପଟେ ରାହୁଲଙ୍କ ଏଭଳି ବୟାନ ପରେ ଏବେ ରାଜନୀତି ସରଗରମ ହୋଇଛି । କିଛି ବିଶାରଦଙ୍କ ମତ କି ଦଳିତ କାର୍ଡ ଖେଳୁଛନ୍ତି ରାହୁଲ ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com