ଓଡ଼ିଶା

ଅବକାରୀ ମନ୍ତ୍ରୀଙ୍କ ବଡ ବୟାନ-ଡ୍ୟାନ୍ସ ବାର୍ ବନ୍ଦ କଣ କହିଲେ, ଦେଖନ୍ତୁ

ଭୁବନେଶ୍ୱର: ଏଣିକି ରାଜ୍ୟରେ ଆଉ ଚାଲିବନି ଡ୍ୟାନ୍ସ ବାର୍ । ଆଉ ଲାଗିବନି ଠୁମକା । ରାଜ୍ୟର ଯେଉଁ ବାରରେ ଡ୍ୟାନ୍ସ କାର୍ୟ୍ୟକ୍ରମ ଚାଲିଛି ସେ ସବୁ ବନ୍ଦ ହେବ । ଶୁକ୍ରବାର ବିଧାନସଭାରେ ଏହି ବଡ଼ ଘୋଷଣା କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ସେ କହିଛନ୍ତି, ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍‌ ବନ୍ଦ କରାଯିବ । ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ଆଉ ମଦ ଦୋକାନ ରହିବନି। ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ମଦ ଦୋକାନ ଯଥେଷ୍ଟ ଦୂରରେ ରହିବ ।

ତେବେ ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ୧୪ ଜଣ ଅସୁସ୍ଥ ଓ ୨ ଦୁଇ ଜଣଙ୍କର ମୃତ୍ୟୁ ପରେ ଏବେ ତେଜିଛି ରାଜ୍ୟ ରାଜନୀତି । ବାରମ୍ବାର ଗୃହରେ ଏନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି ।

ଆଜି ବି ବିଧାନସଭା ଗୃହରେ ନାରାବାଜି କରିଛନ୍ତି ବିରୋଧୀ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତି ସୁରମା ପାଢୀଙ୍କ ପୋଡିୟମ ଉପରେ ବିଜେଡି ବିଧାୟକ ଚଢିବାକୁ ଉଦ୍ୟମ କରିଛନ୍ତି । ଯାହାପରେ ଏନେଇ ବଡ ବୟାନ ଦେଇଛନ୍ତି ଅବକାରୀ ମନ୍ତ୍ରୀ । ସେ କହିଛନ୍ତି, ଡ୍ୟାନ୍ସ ବାର୍ ନେଇ ଅନେକ ବାଦବିବାଦ ଦେଖାଯାଇଛି ।

ଏନେଇ ପରବର୍ତ୍ତୀ ସମୟରେ ସରକାର ଏକ ବିଧିବଦ୍ଧ ନୋଟିସ ଜାରି କରିବେ । ଏହାପରେ ପୂରା ବ୍ୟାନ ଉପରେ ନଜର ରହିବ । ଡ୍ୟାନ୍ସ ବାର ବ୍ୟାନ ଦ୍ବାରା ମଦ ଜନିତ ମାମଲା କେତେ କମୁଛି, ତାହା ଉପରେ ମଧ୍ୟ ତର୍ଜମା କରାଯିବ । ଏଥିସହିତ ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com