ଓଡ଼ିଶା

ମହିଳା କନିଷ୍ଠ ଯନ୍ତ୍ରୀ ମୃତ ଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୁଲିସ

ବାଲେଶ୍ୱର: ଭୋଗରାଇ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ରମଙ୍କ ଆତ୍ମହତ୍ୟା। ସୂଚନା ଅନୁସାରେ ମୋନାଲିସା ଭୋଗରାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବେ ଗତ ୫ମାସ ଧରି ମନ୍ଦାର ସାହି ପଞ୍ଚାୟତ ପାଇଁ କାର୍ଯକରୀ କରୁଥିଲେ l ଏବଂ ଆନନ୍ଦ ବଜାର ସ୍ଥିତ କମଳା ଭବନରେ ଭଡ଼ାରେ ରହୁଥିଲେ।

ମାତ୍ର ଆଜି ସକାଳେ ଅର୍ଥାତ ଶନିବାର ଦିନ ସେ ଘରୁ ବାହାରି ନଥିଲେ କି ଫୋନ ମଧ୍ୟ ରିଶିଭ କରି ନଥିଲେ। ଫଳରେ ଲୋକମାନେ ତାଙ୍କ ରୁମର ପଛ ଗେଟ ତାଲା ଭାଙ୍ଗି ଘର ଭିତରେ ଦେଖିବା ପାଇଁ ପାଇଥିଲେ ମୋନାଲିସାଙ୍କ ଝୁଲନ୍ତା ମୃତ ଦେହ l

ଏନେଇ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ମୋନାଲିସାଙ୍କ ଘର ମୟୂରଭଞ୍ଜ ଅଞ୍ଚଳରେ ହୋଇଥିବା ଜଣାପଡିଛି ।

ପରିବାର ଲୋକ ଆସି ପହଁଚିଲେ ଜଣାପଡ଼ିବ ଯେ ଏହା ଏକ ଘରୋଇ ସମସ୍ୟା ଜନିତ ମୃତ୍ୟୁ ନା ପ୍ରେମ ଜନିତ ମୃତ୍ୟୁ। କାରଣ ସେ ଭଡ଼ାରେ ରହୁ ଥିବା ଘର ନିକଟରେ କିଛିଦିନ ତଳେ ଜଣେ ଯୁବକ ମୋନାଲିସାଙ୍କ ଭାଇର ପରିଚୟ ଦେଇ ରହୁଥିଲେ ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି l ତେବେ ପୋଲିସର ତଦନ୍ତ ପରେ ହିଁ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସାଧାରଣରେ ଖୁବ ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com