ଓଡ଼ିଶା

ଓଡିଶା ୩ଦିନିଆ ଗସ୍ତରେ ଇଡି ନିର୍ଦ୍ଦେଶକ, ଖୋଲିବେ କି ପୁରୁଣା ଗୁମର?

ଭୁବନେଶ୍ୱର: ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ । ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ ନବୀନ । ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ ଗସ୍ତରେ ଯିବେ।

୨୯ ତାରିଖ ସକାଳେ ପୁଣି ପୁରୀରୁ ଭୁବନେଶ୍ବର ଫେରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ । ତାଙ୍କର ଏହି ଗସ୍ତ ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଭୁବନେଶ୍ୱର ସହ ସେ ପୁରୀ ଏବଂ କଟକ ଗସ୍ତରେ ଯିବେ।

ଯାହାକୁ ନେଇ ଏବେଠାରୁ କଳାକାରନାମାରେ ଲିପ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଛନକା ପଶିଗଲାଣି। ୧୯୯୩ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ରାହୁଲ ନବୀନଙ୍କୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ନୂତନ ନିର୍ଦ୍ଦେଶକ ଭାବରେ ଗତ ୧୪ ତାରିଖରେ ନିଯୁକ୍ତ କରାଯାଇଥିଲା। ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବା ପୂର୍ବରୁ ନବୀନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ l

ଏହାପୂର୍ବରୁ କ୍ୟାବିନେଟ୍‌ର ନିଯୁକ୍ତି କମିଟି (ଏସିସି) ରାହୁଲ ନବୀନଙ୍କ ପଦବୀକୁ ଅତିରିକ୍ତ ସଚିବ ସ୍ତରକୁ ଉନ୍ନୀତ କରିବାକୁ ଇଡି ନିର୍ଦ୍ଦେଶକ ପଦବୀ ପାଇଁ ଅନୁମୋଦନ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳ ନିର୍ଦ୍ଦେଶକଙ୍କ ଓଡ଼ିଶା ଗ୍ରସ୍ତରେ ଆସୁଥିବାରୁ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ଦେଖିଦେଇଛି। ଆଜି ଜନ୍ମାଷ୍ଟାମୀରେ ଅଫିସ ଛୁଟି ଥିବା ସତ୍ତ୍ୱେ କିଛି ଅଧିକାରୀ ଅଫିସ ଆସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ସେପଟେ ଇଡି ମୁଖ୍ୟଙ୍କ ଓଡିଶା ଗସ୍ତ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବା ବୈଠକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏକାଧିକ ପୁରୁଣା ମାମଲାର ରିଓପନ ନେଇ ଚର୍ଚ୍ଚା । ଏହାସହିତ ଦୁର୍ନୀତି ଗନ୍ଧ ବାରି ନୂଆ ମାମଲା ରୁଜୁ ହେବା ନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ।

Related Articles

Back to top button
WP Twitter Auto Publish Powered By : XYZScripts.com