ଓଡ଼ିଶା

ପୂର୍ବ ସରକାରରେ ମିଳିଛି ପଟ୍ଟା, ନୂଆ ସରକାର ମିଳିବ ଜମି: ସୁରେଶ ପୂଜାରୀ

ଭୁବନେଶ୍ବର: ଭୂମିହୀନଙ୍କ ପାଇଁ ଆସିଲା ଖୁସି ଖବର l ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା । ପୂର୍ବ ସରକାର ଲୋକଙ୍କୁ ଖାଲି ପଟ୍ଟା ବାଣ୍ଟି ଛାଡି ଦେଇଛନ୍ତି । ହେଲେ ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି, ହେଲେ ଜମି ଦେଇନାହାନ୍ତି ।

ଅନ୍ୟପଟେ ଫାଇଲ ଖୋଲା ହୋଇନି କି ଅନୁସନ୍ଧାନ ମଧ୍ୟ ହୋଇନି । ଆଜି ଅର୍ଥାତ ଗୁରୁବାର ଗୃହରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଯେଉଁମାନଙ୍କୁ ପଟ୍ଟା ମିଳିଛି ତାଙ୍କୁ ଜମି ପ୍ରଦାନ କରାଯିବ । ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି ହେଲେ ଜମି ଦେଇନାହାନ୍ତି । ଲିଫଲେଟ୍ ବାଣ୍ଟିଲା ଭଳି କେବଳ ପଟ୍ଟା ବାଣ୍ଟିଛନ୍ତି ।

କିନ୍ତୁ ଫାଇଲ୍ ଏଯାଏଁ ଖୋଲା ହୋଇନି କି ଅନୁସନ୍ଧାନ ମଧ୍ୟ ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହିତ ମନ୍ତ୍ରୀ କହିଛନ୍ତି, ନୂଆ ସରକାର ସର୍ଭେ କାମ ଆରମ୍ଭ କରିଛନ୍ତି । ଯେତେ ଲୋକଙ୍କୁ ପଟ୍ଟା ମିଳିଛି, ସମସ୍ତଙ୍କୁ ଜମି ଦିଆଯିବ ବୋଲି ଗୃଅରେ ମତ ରଖିଛନ୍ତି ମନ୍ତ୍ରୀ ।

ଅପରପକ୍ଷେ ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ ଜମି ଦିଆଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏ ଜମି ମିଳିବ ବୋଲି ମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସହୀନ କେହିନଥିବେ। ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com