ଓଡ଼ିଶା

ଅଜୟ ବାରିକରୁ ରିଙ୍କି ବାରିକ ହେଲେ, କାହିଁକି ଜାଣନ୍ତୁ

ବାଲେଶ୍ୱର: ଥିଲେ ପୂଅ ,ହେଲେ ଝିଅ l ଦିଲ୍ଲୀର ଏକ ଘରୋଇ ହସପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ l ଏବଂ ନୂଆ ଅନୁଭବ,ସମାଜର ନାରୀ ମାନଙ୍କ ଉପରେ ହେଉଥିବା ଅତ୍ଯାଚାର ଏବଂ କନ୍ଯା ଭୃଣ ହତ୍ଯାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ଯାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି l

ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ନମକାନା ଗ୍ରାମର ରବିନ୍ଦ୍ର ବାରିକଙ୍କ ତିନି ପୂଅଙ୍କ ମଧ୍ଯରୁ ମଝିଆଂ ପୂଅ ହେଉଛନ୍ତି ଅଜୟ ବାରିକ, ପାଠ ପଢା ଶେଷ ହେବା ପରେ କଲିକତାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ଯ କରୁଥିଲେ l

ତେବେ ସମାଜରେ ମହିଳା ମାନଙ୍କ ଉପରେ ହେଥିବା ଅତ୍ଯାଚାର ଏବଂ କନ୍ଯା ଭୃଣ ହତ୍ଯାର ବୃଦ୍ଧି ତାଙ୍କ ମନକୁ ଆନ୍ଦୋଳିତ କରିଥିଲା l ସେ ନିଜେ ଜଣେ ପୁରୁଷ ହୋଇ ଥିଲେ ମଧ୍ଯ ନାରୀ ମାନଙ୍କ ଉପରେ ହେଉଥିବା ଅନ୍ଯାୟ ଅତ୍ଯାଚାରକୁ ରୋକିବା ପାଇଁ ନିଜେ ଜଣେ ନାରୀ ହେବାକୁ ନିଷ୍ପତ୍ତି ନେଇ ଥିବା କହିଛନ୍ତି l ଦେଶ ସ୍ବାଧୀନ ହେବାର 78 ବର୍ଷ ପରେ ଆଜି ବି ନାରୀ ଅସୁରକ୍ଷିତ l

ତେଣୁ ଆଜିର ସମାଜରେ ପୂଅ ଅପେକ୍ଷା ଝିଅ ଜନ୍ମ ହେଲେ ଲୋକଙ୍କ ମନରେ ଘୃଣା ଭାବ ଜାଗ୍ରତ ହେଉଛି l ମହିଳା ମାନଙ୍କ ଦୁଖଃ କଷ୍ଟ ଏବଂ ଯନ୍ତ୍ରଣାକୁ ଜଣେ ମହିଳା ହିଁ ବୁଝି ପାରିବ l ତେଣୁ ପୂଅରୁ ଝିଅ ହୋଇ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି l

ନିଜ ପରିବାର ଲୋକଙ୍କ ସହମତି କ୍ରମେ 2022 ମସିହା ଡିସେମ୍ବର ମାସରେ ଦିଲ୍ଲୀ ସ୍ଥିତ ଓଲମେକ୍ ହସପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ବାବଧାନରେ ଅସ୍ତ୍ରୋପଚାର କରାଇ ଥିଲେ ଅଜୟ l

ସମସ୍ତ ପରୀକ୍ଷା ନିରିକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମଙ୍କ ଦ୍ବାର ଅନେକ ପ୍ରକାର ସର୍ଜରୀ କରାଯିବା ସହ ପ୍ରାୟ 6 ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ସେ ଅଜୟ ବାରିକ ରୁ ରିଙ୍କି ବାରିକର ପରିଚୟ ପାଇଥିଲେ l ସେବେଠାରୁ ସେ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତିକରଣ ଏବଂ ସମାଜରେ ଅବହେଳିତ , ନିଷ୍ପେଷିତ ନାରୀ ମାନଙ୍କୁ ନ୍ଯାୟ ପ୍ରଦାନ ପାଇଁ କାର୍ଯ୍ଯ କରୁଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com