ଓଡ଼ିଶା

ପିଏମ୍ ଉଷା ଯୋଜନାର ଶୁଭାରମ୍ଭ l ଚାକିରି କ୍ଷେତ୍ରରେ ସହାୟକ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଆଜି କୃଷି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପିଏମ୍ ଉଷା ଯୋଜନା ଶୁଭାରମ୍ଭ କରିଛନ୍ତି ।

କୃଷି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାର ଶୁଭାରମ୍ଭ କରିଛନ୍ତି । ପିଏମ-ଉଷା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବାରେ ‘ପିଏମ୍‌-ଉଷା’ ସହାୟକ ହେବା ସହ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ ଉପରେ ଗୁରୁତ୍ୱ ଦିଆଯିବ।

ଏଥିସହିତ ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ମଧ୍ୟ ଏହି ଅଭିଯାନ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଯୋଜନା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଇଣ୍ଟର୍ନଶିପ୍‌ ମାଧ୍ୟମରେ ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋଜର୍ ପ୍ରଦାନ କରାଯିବା ସହିତ ପ୍ଲେସମେଣ୍ଟ ମାଧ୍ୟମରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷାର ପରିସର ବ୍ୟାପକ। ଏହାକୁ ରାଜନୀତିର ସଂକୀର୍ଣ୍ଣତା ମଧ୍ୟରେ ରଖିବା ଉଚିତ୍ ନୁହେଁ । PM-USHA କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସତ୍ତ୍ୱେ, ଆଗରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା ।

ଏହି ଯୋଜନାକୁ ରାଜ୍ୟରେ ସଫଳତାର ସହ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ l ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମନବ ସମ୍ବଳର ବିକାଶ ହେବ । ଏହି ଯୋଜନା ଦକ୍ଷତା ବିକାଶ, ଗବେଷଣା, ନିଯୁକ୍ତିଯୋଗ୍ୟ ଶିକ୍ଷାର ବିକାଶରେ ସହାୟକ ହେବ।

ଏହା ଆମର ଶିକ୍ଷା ପରିବେଶକୁ ବିଶ୍ୱସ୍ତରୀୟ କରିବ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମର ସଂକଳ୍ପ ପତ୍ର ଅନୁଯାୟୀ ଆମର ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ।

ଏପର୍ଯ୍ୟନ୍ତ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲା ଯାଇଛି। ଏହା ସହିତ ଓଡିଶାର ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ୨୬ଟି ଭାଷା ପରୀକ୍ଷାଗାର ନିର୍ମାଣ ପାଇଁ ପଦକ୍ଷେପ ନିଆ ଯାଉଛି।

ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ପୂର୍ବ ସରକାରଙ୍କ ଦୂରଦୃଷ୍ଟିର ଅଭାବ ତଥା ରାଜନୈତିକ ସଂକୀର୍ଣ୍ଣତା ଯୋଗୁ ଆମ ରାଜ୍ୟରେ ଏହା ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇ ନଥିଲା ବୋଲି ସେ କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com