ମନୋରଞ୍ଜନ

ମା’ ହେବାକୁ ନେଇ ଅଭିନେତ୍ରୀ ଦୀପିକାଙ୍କ ଆସିଲା ଡେଲିଭରି ଡେଟ୍, କେବେ ଜାଣନ୍ତୁ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କ ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ଏହି ଦମ୍ପତି ଫେବୃଆରୀ ୨୦୨୪ ରେ ସେମାନେ ଚଳିତ ବର୍ଷ ସେପ୍ଟେମ୍ବରରେ ଶିଶୁ ଜନ୍ମ ହେବା ନେଇ କରିଥିଲେ ଘୋଷଣା ।

ଏଭଳି ପରିସ୍ଥିତିରେ ଦୀପିକା-ରଣଭୀରଙ୍କ ପ୍ରଶଂସକମାନେ ଦୀପିକାଙ୍କ ଡେଲିଭରି ତାରିଖ କ’ଣ ଏବଂ ସେପ୍ଟେମ୍ବରରେ କେଉଁ ଦିନ ସେ ନିଜ ସନ୍ତାନକୁ ଜନ୍ମ ଦେବେ ଜାଣିବାକୁ ଉତ୍ସାହିତ ଅଛନ୍ତି । ଏହି ସମୟରେ ଦୀପିକା ପାଦୁକୋନଙ୍କ ଡେଲିଭରି ଡେଟ୍ ପ୍ରକାଶ ପାଇଛି, ଯାହା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ କନେକ୍ସନ ଅଛି ।

ରିପୋର୍ଟ ଅନୁସାରେ, ଦୀପିକା ପାଦୁକୋନଙ୍କ ୨୮ ସେପ୍ଟେମ୍ବରରେ ଶିଶୁକୁ ଜନ୍ମ ଦେବେ ବୋଲି ଜଣାପଡିଛି । ସାଉଥ ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କ ଡେଲଭରି ହେବ ବୋଲି ଜଣାପଡିଛି । ତେବେ ଏହି ରିପୋର୍ଟ ଉପରେ ରଣଭୀର-ଦୀପିକାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ହେଲେ ଯଦି ୨୮ ସେପ୍ଟେମ୍ବରରେ ଦୀପିକା ପାଦୁୋକନ ମାଆ ହୁଅନ୍ତି। ତେବେ ଏହି ଦିନ ସହ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ ତଥା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ କନେକ୍ସନ ଅଛି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ବାସ୍ତବରେ ରଣବୀର କପୁର ୨୮ ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । ତେବେ ପୂର୍ବରୁ ରଣବୀର କପୁର ଏବଂ ଦୀପିକା ପାଦୁକୋନ ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ଜୋର ଧରିଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର ଏବଂ ଦୀପିକାଙ୍କୁ ୨୦୦୭ ଚଳଚ୍ଚିତ୍ର ‘ବଚ୍ଚନା ଏ ହାସିନୋ’ରେ ଏକାଠି ଦେଖିବାକୁ ମିଳିଥିଲା । କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସମୟରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ।

ଦୁହେଁ ଡେଟିଂ ଆରମ୍ଭ କରିଥିଲେ ଏବଂ ଦୀପିକା ତାଙ୍କ ବେକରେ ରଣବୀରଙ୍କ ନାଁର ଟାଟୁ ମଧ୍ୟ କରିଥିଲେ । ପରେ ଉଭୟଙ୍କ ବ୍ରେକଅପ ହୋଇଥିଲା । କୁହାଯାଉଛି ଯେ ବିବାହର ୬ ବର୍ଷ ପରେ ୨୮ ସେପ୍ଟେମ୍ବର ଏହି ଦମ୍ପତି ପିତାମାତା ହେବେ।

ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀ ମାତୃତ୍ୱ ଛୁଟିରେ ରହିବେ ଏବଂ ମାର୍ଚ୍ଚ ୨୦୨୫ରୁ କାମ ଆରମ୍ଭ କରିବେ। ଶିଶୁକୁ ପୂର୍ଣ୍ଣ ସମୟ ଦେବ। ମ୍ପତି ଘରର ପ୍ରଥମ ନୂଆ ଅତିଥିଙ୍କୁ ସ୍ବାଗତ କରିବା ଲାଗି ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ସହିତ ରଣବୀରଙ୍କ ପରିବାର ସଦସ୍ୟ ମଧ୍ୟ ଏନେଇ ବେଶ୍ ଉତ୍ସାହିତ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com