ଜାତୀୟ

ପ୍ରଶାସନିକ କ୍ଷେତ୍ରରେ ପ୍ରଥମ-ସ୍ୱାମୀଙ୍କ ଅବସର ପରେ ସ୍ତ୍ରୀ ନେଲେ ଦାୟିତ୍ୱ-ଦେଖନ୍ତୁ

ନୂଆଦିଲ୍ଲୀ: ପ୍ରଶାସନିକ କ୍ଷେତ୍ରରେ ପ୍ରଥମ । ବ୍ୟୁରୋକାଟରେ ଏମିତି ଘଟଣା ବିରଳ । ଯେଉଁ ପଦବୀରୁ ସ୍ୱାମୀ ଅବସର ନେଲେ ସେହି ସମାନ ପଦବୀ ପାଇଛନ୍ତି ସ୍ତ୍ରୀ । ସବୁଠୁ ବଢ କଥା କି ସ୍ତ୍ରୀକୁ ଏହି ଚାର୍ଜ ନିଜ ହାତରେ ହସ୍ତାନ୍ତର କରିଛନ୍ତି ସ୍ୱାମୀ । ତେଣୁ ସ୍ୱାମୀ ସ୍ତ୍ରୀ ପ୍ରଶାସନିକ କ୍ଷେତ୍ରରେ ଏହି ରେକର୍ଡ କରିଛନ୍ତି । ଏଭଳି ଘଟଣା ଘଟିଛି କେରଳରେ ।

ଗତ ଅଗଷ୍ଟ ୩୧ରେ ସରିଥିଲା ରାଜ୍ୟ ମୁଖ୍ୟ ଶାସନ ସଚିବ ଥିବା ଡକ୍ଟର ଭି ଭେନୁଙ୍କ କାର୍ଯ୍ୟକାଳ । ସବୁଠୁ କୌତୁହଳର ବିଷୟ ହେଲା ସେହି ପୋଷ୍ଟ ଟି ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କୁ ଦିଆଯାଇଥିଲା । ଡକ୍ଟର ଭି ଭେନୁଙ୍କ ଅବସର ପରେ ସରକାର ଶାରଦା ମୁରଲିଧରନଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି । ଅର୍ଥାତ ସ୍ତ୍ରୀ ଶାରଦା ସେହି ଚେୟାର ଓ ପଦବୀ ବସିଛନ୍ତି ଯାହା ପୂର୍ବରୁ ସ୍ୱାମୀ ଭେନୁଙ୍କ ରହିଥିଲା ।

ଏହିସମୟରେ ମଧ୍ୟ ଏକ ଭିନ୍ନ ଚିତ୍ର ଦେଖିବାକୁ ଦେଖିବାକୁ ମିଳିଥିଲା । ପ୍ରଥମେ ଡକ୍ଟର ଭି ଭେନୁ ସ୍ତ୍ରୀ ଶାରଦା ମୁରଲିଧରନଙ୍କୁ ଏକ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ତାଙ୍କୁ ସେହି ଚେୟାରରେ ବସାଇବା ପରେ କରତାଳି ଦେଇଥିବା ନଜର ଆସିଥିଲେ ।

ତେବେ ଶାରଦା ମୁରଲୀଧରନଙ୍କର ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ଗ୍ରାମୀଣ ଜୀବିକା ମିଶନ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜିର ମହାନିର୍ଦ୍ଦେଶକ ଭାବରେ ଗ୍ରାମାଞ୍ଚଳର ବିକାଶ, ଦାରିଦ୍ର ଦୂରୀକରଣ, ମହିଳା ସଶକ୍ତିକରଣ ଦାୟିତ୍ ଗ୍ରହଣ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ସେ ଯୋଜନା ଏବଂ ଅର୍ଥନୈତିକ ବ୍ୟାପାର ବିଭାଗ, ରାଜ୍ୟ ଯୋଜନା ବୋର୍ଡ ଏବଂ କେରଳ ସରକାରଙ୍କ ଲୋକାଲ ସେଲ୍ଫ ଗଭମେଂଟ ବିଭାଗର ସଚିବ ରହିଆସିଛନ୍ତି । ତେବେ ଉଭୟ ଡକ୍ଟର ଭି ଭେନୁ ଓ ଶାରଦା ମୁରଲିଧରନ ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର । ତେବେ ଡକ୍ଟର ଭେନୁ ସ୍ତ୍ରୀ ଶାରଦାଙ୍କ ଠାରୁ କିଛି ମାସ ବଡ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com