ଜାତୀୟ

କେନ୍ଦ୍ର କ୍ୟାବିନେଟରେ କୃଷକଙ୍କ ପାଇଁ 7ଟି ଯୋଜନାକୁ ଅନୁମୋଦନ: ଅଶ୍ୱନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ 7ଟି ଯୋଜନାକୁ ମିଳିଛି ଅନୁମୋଦନ । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦେଇଛନ୍ତି ସୂଚନା । ସେ କହିଛନ୍ତି ଯେ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ ସୋମବାର 7ଟି ପ୍ରମୁଖ ନିଷ୍ପତ୍ତି ନେଇଛି ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କହିଛନ୍ତି, ପ୍ରଥମ ହେଉଛି ଡିଜିଟାଲ କୃଷି ମିଶନ, ଏହା ହେଉଛି କୃଷି ପାଇଁ ଡିଜିଟାଲ ଜନସାଧାରଣ ଭିତ୍ତିଭୂମି ପ୍ରସ୍ତୁତ କରିବା । 2817 କୋଟି ଟଙ୍କା ବିନିଯୋଗ ସହିତ ଡିଜିଟାଲ କୃଷି ମିଶନ ପ୍ରସ୍ତୁତ ହେବ । ସେ କହିଛନ୍ତି, ଖାଦ୍ୟ ଏବଂ ପୁଷ୍ଟିକର ଫସଲ ବିଜ୍ଞାନ ପାଇଁ ଉତ୍ସର୍ଗୀକୃତ 3,979 କୋଟି ଟଙ୍କା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ 2,817 କୋଟି ଟଙ୍କା ମୂଲ୍ୟର ଡିଜିଟାଲ କୃଷି ମିଶନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।ପଶୁ ସ୍ୱାସ୍ଥ୍ୟ ପାଇଁ ସରକାର 1,702 କୋଟି ଟଙ୍କା ଯୋଜନା ଅନୁମୋଦନ କରିଛନ୍ତି ।

ଉଦ୍ୟାନ କୃଷିର ବିକାଶ ପାଇଁ 860 କୋଟି ଟଙ୍କା ଏବଂ କୃଷ୍ଣ ବିଜ୍ଞାନ କେନ୍ଦ୍ର ପାଇଁ 1,202କୋଟି ଟଙ୍କା ଆବଣ୍ଟନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ତେବେ ଏହି ନୂଆ 7ଟି ଯୋଜନା କୃଷକଙ୍କ ପାଇଁ କେତେ ଲାଭଦାୟକ ହେବ ଆଗାମୀ ଦିନରେ ଜଣାପଡିବ l

Related Articles

Back to top button
WP Twitter Auto Publish Powered By : XYZScripts.com