ଓଡ଼ିଶା

କୃଷକ ପିଲାଙ୍କୁ ‘କୃଷି ବିଦ୍ୟାନିଧି ଯୋଜନା’ ମିଳିବ,କେମିତି ଜାଣନ୍ତୁ

ସମ୍ବଲପୁର: ନୂଆଖାଇ ଉପଲକ୍ଷେ କୃଷକଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ନୂଆଁଖାଇ ପର୍ବରେ ‘କିଷାନ ଯୋଜନା’ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଆଉ ଏକ ନୂଆ ଯୋଜନାର ନାମ ଘୋଷଣା କରିଛନ୍ତି ।

ତେବେ ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲା ମାନଙ୍କ ଲାଗି କୃଷି ବିଦ୍ୟାନିଧି ଯୋଜନା । ଏହି ଯୋଜନାରେ ବୈଷୟିକସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଛାତ୍ରବୃତ୍ତି ଆକାରରେ ପାଇବେ ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲା । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଭାସୀରେ ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

ତେବେ ଆଜି ଜିଲ୍ଲା ଗସ୍ତ ସମୟରେ ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ଏମ୍ସ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହଥିଲେ, ରାଜ୍ୟରେ ଭାଜପା ସରକାର ଗଢିଲେ ଓଡିଶାର ଦ୍ବିତୀୟ ମମ୍ସ ସମ୍ବଲପୁରରେ ହେବ ।

କେନ୍ଦ୍ର ନିକଟରେ ରାଜ୍ୟ ସରକାର ଏନେଇ ଦାବି ରଖିଥିବା ବେଳେ ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି, ରାଜ୍ୟରେ ଆଉ ଏକ ଏମ୍ସ ହସ୍ପିଟାଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ସମ୍ବଲପୁରରେ ଏମ୍ସ ହସ୍ପିଟାଲ ଖୋଲିବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ମଧ୍ୟ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ରାଜ୍ୟରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସମ୍ବଲପୁରରେ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com