ଓଡ଼ିଶା

ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି କୋର୍ଟରେ ସାକ୍ଷୀଙ୍କ ବୟାନ ରେକର୍ଡ

ଭୁବନେଶ୍ୱର/ଚାନ୍ଦବାଲି() ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ମାମଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ହେଲା ବୟାନ ରେକର୍ଡ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ୧୬୪ ଆଧାରରେ ବୟାନ ରେକର୍ଡ ହେଉଛି । ଏହାପରେ ଅଭିଯୁକ୍ତମାନଙ୍କର ଟିଆଇ ପରେଡ୍ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି  ୩ ଜଣ ସାକ୍ଷୀ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ । ଟିଆଇ ପରେଡ୍ ମାଧ୍ୟମରେ  ଅଭିଯୁକ୍ତଙ୍କୁ ସାକ୍ଷୀମାନଙ୍କ ସମ୍ମୁଖରେ ଉପସ୍ଥିତ କରିବା  ପରେ ଚିହ୍ନଟ ପ୍ରକ୍ରିୟା କରାଯିବ । ଏପିରିକି ପ୍ରମାଣ ନଷ୍ଟ  କରିବାକୁ ଚଣ୍ଡିଖୋଲ ଯାଇଥିଲା । ଯାହାର ଫଟୋ ଏବେ କ୍ରାଇମ୍‌ବ୍ରାଞ୍ଚର ହାତରେ ଲାଗିଛି । ଚଣ୍ଡିଖୋଲ ଟୋଲ ଗେଟରେ ଥିବା ସିସିଟିଭିରୁ ଏହି ଫଟୋକୁ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ।

ସେପଟେ ମାନସ ହତ୍ୟା ଘଟଣାରେ ଡିଲିଟେଡ଼ ଫାଇଲ ଗୁଡିକର ରିକଭରି ପାଇଁ ଫରେନ୍ସିକ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com