ଓଡ଼ିଶା

ବିଜେପି ନେତା ତଜିନ୍ଦର ପାଲ ସିଂଙ୍କୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ରହିତାଦେଶ ଲଗାଇଲେ ପଞ୍ଜାବ-ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତା ତଜିନ୍ଦର ପାଲ ସିଂ ବଗ୍‌ଗାଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଜୁଲାଇ ୫ ଯାଏଁ ତାଙ୍କର ଗିରଫଦାରି ଉପରେ କୋର୍ଟ ରହିତାଦେଶ ଲଗାଇଛନ୍ତି । ଜଷ୍ଟିସ ଚିତକାରା ଏହି ମାମଲାର ଶୁଣାଣି କରିଥିଲେ ।

ସୂଚନାନୁସାରେ, ବଗ୍‌ଗାଙ୍କ ବିରୋଧରେ ଥିବା ମାମଲାରୁ ଖାରଜ ପାଇଁ ମଙ୍ଗଳବାର କୋର୍ଟରେ ବିଚାର ହେଉଥିଲା । ପଞ୍ଜାବ ସରକାରଙ୍କ ଓକିଲ ପୁନିତ ବାଲୀ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ ଯେ, କିଏ ଆଇନଠୁ ଉର୍ଦ୍ଧ୍ୱରେ ନୁହଁନ୍ତି । ତଦନ୍ତ ଉପରେ ରହିତାଦେଶ ଲାଗୁ ହେବା କଥା ନୁହେଁ । ବଗ୍‌ଗା ତଦନ୍ତରେ ସାମିଲ ହେବା ଦରକାର । ତାଙ୍କ ବିରୋଧରେ ପୂର୍ବରୁ ୪ଟିଏଫଆଇଆର ରହିଛି ।

ଏହାସହ ବଗ୍‌ଗାଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ, ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ପଞ୍ଜାବ ସରକାରଙ୍କ ଓକିଲ କହିଥିଲେ ।

କୋର୍ଟ କହିଥିଲେ ଯେ, ହବିୟସ କର୍ପସ୍ ଆବେଦନରେ କେଉଁଠି ତଜିନ୍ଦର ପାଲ ସିଂଙ୍କ ବାବଦରେ ଉଲ୍ଲେଖ ନାହିଁ । କେବଳ ପୋଲିସ ଅଧିକାରୀଙ୍କ ବାବଦରେ ଉଲ୍ଲେଖ ରହିଛି । ଯଦି କେବଳ ପଚରାଉଚୁରା କରିବା ଜରୁରୀ ତେବେ ପଞ୍ଜାବର ବରିଷ୍ଠ ପୋଲିସ ଅଧିକାରୀ ବଗ୍‌ଗାଙ୍କ ଘରକୁ ଯାଇ ପଚରାଉଚୁରା କରିପାରିବେ ବୋଲି କୋର୍ଟ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com