ଜାତୀୟରାଜନୀତି

ଆମେରିକାରେ କହିଲେ ରାହୁଲ ଗାନ୍ଧି । ବର୍ଷିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ।

ନୂଆଦିଲ୍ଲୀ: ଆମେରିକାରେ ରାହୁଲ ଗାନ୍ଧିଙ୍କ ବୟାନ । ଭାରତରେ ବୋବାଲ । ଯାହାକୁ ନେଇ ଏବେ ରାଜନୀତି ଜୋର । କଂଗ୍ରେସ ସାଂସଦଙ୍କର ମନ୍ତବ୍ୟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଦେଶରେ ମୁଦ୍ଦା କଲେଣି ଶାସକ ବିଜେପି ଓ ଅନ୍ୟ ବିରୋଧୀ ।

ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ବି ରାହୁଲଙ୍କ ବୟାନକୁ ନେଇ ଖୁବ୍ ବର୍ଷିଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, ରାହୁଲ ଗାନ୍ଧି ବିଦେଶ ଗସ୍ତ ବେଳେ ଯେଉଁ ପ୍ରକାର ଭ୍ରମାତ୍ମକ ଓ ତଥ୍ୟହୀନ ମନ୍ତବ୍ୟ ଦେଉଛନ୍ତି, ତାହା ଲଜ୍ୟାଦାୟକ । ଗୁରୁଦ୍ୱାର, ଶିଖ୍ ଉପରେ ଦେଇଥିବା ବୟାନ ବିରୋଧୀ ଦଳ ନେତାଙ୍କୁ ଶୋଭାପାଉନି ବୋଲି କହିଛନ୍ତି ରାଜନାଥ ।

ସେହିପରି ରାହୁଲ ଗାନ୍ଧି ଆଂରକ୍ଷଣଙ୍କୁ ନେଇ ଦାବି କରିଛନ୍ତି କି ଏନଡିଏ ସରକାର ଏହାକୁ ସମାପ୍ତ କରିବାକୁ ଚାହୁଁଛି । ଯାହାର କୌଣସି ଆଧାର ନାହିଁ । ବରଂ ଆମ ପ୍ରଧାନମନ୍ତ୍ରୀ ଦଳିତ, ପଛୁଆ ବର୍ଗ ଓ ଆଦିବାସୀଙ୍କ ବିକାଶ ପାଇଁ ଆଂରକ୍ଷଣ ବ୍ୟବସ୍ଥାକୁ କଡାକଡି କରିଛନ୍ତି । ଏହାସହ ଭାରତ-ଚୀନ ସୀମା ବିବାଦକୁ ନେଇ ଯେପରି ମନ୍ତବ୍ୟ ଦେଇଛନ୍ତି, ଲାଗୁଛି ମହବତ କି ଦୋକାନରେ ନୁହେଁ, ଏବେ ମିଥ୍ୟା ଦୋକାନର ଖୋଲି ବସିପଡିଛନ୍ତି ।

ଏମିତି କିଛି ପୋଷ୍ଟ କରି ସମାଲୋଚନା କରିଛନ୍ତି ରାଜନାଥ । ତେବେ ବିଦେଶ ଗସ୍ତରେ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଏହି ସମୟରେ ସେ ଭାରତୀୟ ଡାଏସପୋରା, ଲ କଲେଜର ଛାତ୍ରଛାତ୍ରୀ, ଇଣ୍ଡିଆନ ଓଭରସିଜ କଂଗ୍ରେସର ସଦସ୍ୟଙ୍କ ସାହ ଆଲୋଚନା କରିଥିବା ବେଳେ ଦ ନ୍ୟାସନାଲ ପ୍ରେସ କ୍ଲବ ସାମ୍ନାରେ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com