ଓଡ଼ିଶା

ପ୍ରଧାନମନ୍ତ୍ରୀ ମୋଦି କରିବେ ଶୁଭାରମ୍ଭ, ବ୍ରହ୍ମପୁରରୁ ଗଡ଼ିବ ଟାଟା ନଗର

ବ୍ରହ୍ମପୁର: ଓଡିଶାରୁ ଗଡିଲା ଆଉ ୨ଟି ବନ୍ଦେ ଭାରତ ରେଳ । ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ସେହିପରି ରାଉଲକେଲାରୁ ହାଓ୍ବଡା ଅଭିମୁଖେ ମଧ୍ୟ ଗଡିଛି ବନ୍ଦେ ଭାରତ ଟ୍ରେନ୍ । ଏନେଇ ଭର୍ଚ୍ଚୁଆଲ ମାଧ୍ୟମରେ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଥମେ ଟାଟାନଗର-ପାଟନା ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ପରେ ପରେ ଆଉ ୫ଟି ସମେତ ମୋଟ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାମନ୍ତ୍ରୀ ମୋଦି । ତେବେ ଦୁଇଟି ବନ୍ଦେ ଭାରତ ଟ୍ରେନ ଓଡିଶାରେ ଗଡିଥିବା ବେଳେ ୧୬ ତାରିଖରେ ଅର୍ଥାତ୍ ଆସନ୍ତାକାଲି ରାୟପୁର(ଦୁର୍ଗ)-ବିଶାଖାପାଟଣା ଅହମ୍ମଦାବାଦରୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ତେବେ ଆଗରୁ ୩ଟି ବନ୍ଦେ ଭାରତ ରେଳ ଓଡିଶାରେ ଚଳାଚଳ ହେଉଥିବା ବେଳେ ଏବେ ଆଉ ୩ଟି ସମେତ ମୋଟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରେ ଗଡିବ । ଏହିପରି ଭାବେ ଦୁଇ ଦିନରେ ମୋଟ ୩ଟି ବନ୍ଦେ ଭାରତ ଓଡିଶାକୁ ମିଳିବ । ଅନ୍ୟପକ୍ଷରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଉପସ୍ଥିତ ରହିଥିବା ବେଳେ ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ ଉପସ୍ଥିତ ରହିଥିଲେ । ପରେ ମୁଖ୍ୟମନ୍ତ୍ରୀ ଉକ୍ତ ଟ୍ରେନ୍‌ରେ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିବେ ।

ଏଥିସହିତ ରବିବାର ବନ୍ଦେ ଭାରତ ଲୋକାର୍ପଣ ଉତ୍ସବରେ ବାଲୁଗାଁ, ଖୋର୍ଦ୍ଧା ରୋଡ୍‌,ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର ଓ କେନ୍ଦୁଝରଗଡ଼ରେ ମଧ୍ୟ ଅନୁଷ୍ଠିତ ହେବ । ରାଜଧାନୀରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଖୋର୍ଦ୍ଧା ରୋଡ୍‌ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଲୁଗାଁରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଖପୁରାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିବେ ।

ଅନ୍ୟ ସମସ୍ତ ଷ୍ଟେସନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଯୋଗଦେବେ ବୋଲି ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଏ.କେ. ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଗସ୍ତରେ ଆସିବେ।

ଏହି ଗ୍ରସ୍ତ ସମୟରେ ମୋଦି ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନାର ଉଦଘାଟନ କରିବେ। ଏଥିସହ ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତର ଉଦଘାଟନ କରିବେ। ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ,୨ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହା ୫କୁ ବୃଦ୍ଧି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com