ଓଡ଼ିଶା

ପୋଲିସ୍ ଆଣିଛି ଭୁଲ୍ ମେଡିକାଲ ରିପୋର୍ଟ, ଜାତୀୟ ମାନବଧିକାର କମିସନରେ ପହଁଞ୍ଚିଲା ମାମଲା

ଭୁବନେଶ୍ୱର: ଭରତପୁର ଥାନାରେ ଆର୍ମି ମେଜରୁ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ଏବଂ ଗିରଫ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇବି ଖୁରାନିଆ । ଘଟଣାନୁସାରେ ଶନିବାର ରାତିରେ ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପଟିଆ ଅଞ୍ଚଳରେ କିଛି ଯୁବକଙ୍କ ଦୁର୍ବ୍ୟବହାର କରିଥିଲେ । ଘଟଣାକୁ ନେଇ ମେଜର ଗୁରୁବଂଶ ଏବଂ ଅଙ୍କିତା ଭରତପୁର ଥାନାରେ ଅଭିଯୋଗ କରିବାକୁ ଆସିଥିଲେ ।

କିନ୍ତୁ ସେମାନଙ୍କ ଅଭିଯୋଗ କେହି ନରଖିବାରୁ ଯୁକ୍ତିତର୍କ ହୋଇଥିଲା । ଏହାପରେ ଜଣେ ମହିଳା ଅଧିକାରୀ ଅଙ୍କିତାଙ୍କୁ ମାଡମାରିବା ସହ ଗୁରୁବଂଶଙ୍କୁ ଅନ୍ୟ ପୋଲିସମାନେ ତାଙ୍କ ଜୋତା, ପୋଷାକ ଆଦି ଖୋଲି ହାଜତରେ ପୁରାଇ ଦେଇଥିଲେ ।

ସେହିପରି ଏକ ମେଡିକାଲରେ ହୋଇଥିବା ଅଙ୍କିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ସେ ଆହତ ଦର୍ଶାଇଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ ପୂର୍ବରୁ ପୋଲିସ୍‌ କ୍ୟାପିଟାଲ ହସ୍ପିଟାଲରୁ ଏକ ଭୁଲ୍‌ ରିପୋର୍ଟ ସଂଗ୍ରହ କରି ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଦାଖଲ କରିଛି ।

ପୋଲିସ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଅଙ୍କିତାକୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ଅଙ୍କିତାଙ୍କ ବାପା ବ୍ରିଗେଡିୟର ଅନ୍ତର୍ୟ୍ୟାମୀ ପ୍ରଧାନ । ଏଥିସହିତ ଜାତୀୟ ମାନବାଧିକାର କମିସନରେ ମଧ୍ୟ ପହଞ୍ଚିଛି ଏହି ମାମଲା । କିନ୍ତୁ ପୋଲିସର କହିବାନୁଯାୟୀ ଗୁରୁବଂଶ ଏବଂ ଅଙ୍କିତାଙ୍କ ଗାଡିରୁ ମଦ ବୋତଲ ମିଳିଥିଲା ପ୍ରଥମେ ସେମାନେ ଦୁର୍ବ୍ୟବହାର କରିଥିଲେ ।

ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇ ସେନାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୋସିଆଲ ମିଡିଆରେ ଟ୍ୱିଟ୍ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ହସ୍ତକ୍ଷେପ କରି କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ ।

ଏହାସହିତ ମେଜରଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ପୁଲିସ ଡିଜି କହିଛନ୍ତି । ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଟିମ୍ ଭରତପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନିୟମ ଅନୁଯାୟୀ ଜଣେ ମେଜର ର଼୍ୟାଙ୍କର ଅଫିସରଙ୍କୁ ହାଜତରେ ରଖିବା ଲାଗି ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଆସିବା କଥା ।

ସେହିପରି ଅଟକ ରଖିବା ପୂର୍ବରୁ ତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ ଗିରଫ ପରଓ୍ବାନା ପ୍ରଦାନ କରିଥିବେ କିମ୍ବା ତାଙ୍କ ବିରୋଧରେ ହତ୍ୟା କିମ୍ବା ବଳାତ୍କାର ଭଳି ସଙ୍ଗୀନ ମାମଲା ରୁଜୁ ହୋଇଥିବା ଦରକାର ।

କିନ୍ତୁ ଏସବୁ କିଛି ନ ଥାଇ ଗୁରୁବଂଶଙ୍କ ଜୋତା ଏବଂ ପୋଷାକ ଖୋଲି ଅଟକ ରଖିବାପରେ ଏବେ କମିଶନରେଟ୍ ପୋଲିସର ଆଇନ ଜ୍ଞାନ ଏବଂ କାର୍ଯ୍ୟ ଦକ୍ଷତା ଉପରେ ଏକାଧିକ ପ୍ରଶ୍ନ ଉଠିଛି । ଏବେ କ୍ରାଇମ ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବାବେଳେ ଘଟଣାର ମୋଡ କେଉଁଆଡେ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com