ଜାତୀୟ

ବିଶ୍ୱକର୍ମା ମେଳାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଦେଖି କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ

ମହାରାଷ୍ଟ୍ର: ଯେବେ ଠାରୁ ପ୍ରଧାନମନ୍ତ୍ରୀ ଓଡିଶା ରାଜନୀତିର ପଶାପାଲିରେ ବିଜୟ ହାସଲ କରିଛନ୍ତି l ସେବେ ଠାରୁ ଜଗନ୍ନାଥଙ୍କୁ ନେଇ ସବୁ ବେଳେ ମିଡିଆର ଲାଇମ ଲାଇଟରେ ରହି ଆସଛିନ୍ତି ମୋଦି l ସେହିପରି ଆଜି ଜଗନ୍ନାଥ ଭକ୍ତିର ଆଉ ଏକ ନିଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ର ୱାର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୋଦିଙ୍କୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ପ୍ରତିମା କିଣିଥିଲେ ।

ୱାର୍ଦ୍ଧାରେ ପିଏମ୍-ବିଶ୍ବକର୍ମା ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ମୋଦି । ଏହି ସମୟରେ ଏକ ଷ୍ଟଲରେ ଜଗନ୍ନାଥ ପ୍ରତିମୂର୍ତ୍ତି ଥିବା ଦେଖିଥିଲେ। ଜୟ ଜଗନ୍ନାଥ କହି ଷ୍ଟଲରେ ଥିବା କର୍ମଚାରୀଙ୍କୁ ଅଭିବାଦନ କରିବା ସହ ସବୁଠୁ ଭଲ କଣ ଅଛି ବୋଲି ପଚାରିଥିଲେ । ପୂଜାରେ ତାହା ରହିବ ବୋଲି ମୋଦି ତାଙ୍କୁ କହିଥିଲେ । ଷ୍ଟଲ କର୍ମଚାରୀ ଜଣକ ତାଙ୍କୁ ଏକ ପ୍ରତିମୂର୍ତ୍ତି ଦେଖାଇଥିଲେ । ମୋଦି ତାହାକୁ କିଣିବା ସହ UPIରେ ପେମେଣ୍ଟ ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ୧ଲକ୍ଷ ପିଏମ୍‌ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଏବଂ ୭୫ ହଜାର ହିତାଧିକାରୀଙ୍କୁ ଋଣ ପାଇଁ ମଞ୍ଜୁରୀ ଦେଇଛନ୍ତି ।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ପ୍ରତିମା କିଣିବା ଏବଂ ଡିଜିଟାଲ ପେମେଣ୍ଟ କରିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଅନେକ ପ୍ରଧାନମନ୍ତ୍ରୀଙ୍କର ଏଭଳି ବ୍ୟବହାରକୁ ପ୍ରଶଂସା କରୁଛନ୍ତି ଏବଂ ଏହାକୁ କାରିଗରମାନଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରିବା ପାଇଁ ତାଙ୍କର ‘ଅତିରିକ୍ତ ପ୍ରୟାସ’ ବୋଲି ବର୍ଣ୍ଣନା କରୁଛନ୍ତି ।

ମିଳିଥିବା ସୂଚନାରୁ ବିଶ୍ୱକର୍ମା ଯୋଜନାରେ ୧୮ଟି ବର୍ଗରେ ଲାଭାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ୧୫ ହଜାର ଟଙ୍କା ଲେଖାଏଁ ସରକାର ଦେଇଥାନ୍ତି । ଅଣପଞ୍ଜୀକୃତ କ୍ଷେତ୍ରରେ କୁଶଳୀ କାରିଗରମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ପିଏମ୍‌ ବିଶ୍ୱକର୍ମା ଯୋଜନାରେ ମୂର୍ତ୍ତି କାରିଗର ବା କୁମ୍ଭକାର, କମାର, ବଢ଼େଇ, ସ୍ୱର୍ଣ୍ଣକାର ଓ ରାଜମିସ୍ତ୍ରିଙ୍କ ସମେତ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ ଉପକୃତ ହେଉଛନ୍ତି । ଏହି ଯୋଜନା ହେଉଛି ଗୁରୁଶିଷ୍ୟ ପରମ୍ପରା ଏବଂ ପାରମ୍ପରିକ କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନରେ ୨୦୨୩ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ସରକାର ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ପିଏମ୍‌ ବିଶ୍ୱକର୍ମା ଯୋଜନାରେ ଶିଳ୍ପୀ ଓ କାରିଗରମାନଙ୍କୁ ୫ ପ୍ରତିଶତ ରିହାତି ସୁଧ ହାର ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତିରେ ୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ୨ ଲକ୍ଷ ଟଙ୍କା ଲେଖାଏଁ ବନ୍ଧକମୁକ୍ତ ଋଣ ସହାୟତା ପ୍ରଦାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com