ଜାତୀୟରାଜନୀତି

ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆତିଶୀ,

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆତିଶୀ । ଆଜି ଅର୍ଥାତ ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ ।

ତେବେ ଗୁରୁବାର ଆମ ଆଦମି ପାର୍ଟି ପକ୍ଷରୁ ପ୍ରାରମ୍ଭିକ ସୂଚନା ଭାବେ କେବଳ ଆତିଶୀ ଶପଥ ନେବେ ବୋଲି ସୂଚନା ଦିଆଯାଇଥିବା ବେଳେ ପରେ ତାଙ୍କ ସହ ତାଙ୍କର ନୂଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଥିଲା ।

ଏହାକୁ ନେଇ ଆପ କହିଛି, ଆତିଶୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟମ୍ବର ୨୧ରେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବ । ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ଚେହେରାଙ୍କ ମଧ୍ୟରେ ସୁଲତାନପୁର ମାଜରା ବିଧାୟକ ମୁକେଶ ଅହଲାବତ, ସୌରଭ ଭରଦ୍ବାଜ, କୈଳାଶ ଗେହଲତ, ଗୋପାଳ ରାୟ ଏବଂ ଇମାରନ ହୁସେନ ପୁଣି ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ।

ତେବେ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଆତିଶୀଙ୍କ ନାଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦେଇଥିଲେ କେଜ୍ରିଓ୍ବାଲ । ଯାହାକୁ ଆପ ବିଧାୟକ ଦଳ ବୈଠକରେ ସର୍ବସମ୍ମତ ମିଳିଥିଲା । ତେବେ ୨୧ରେ ଶପଥ ନେବା ପରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ଥାନ ଗ୍ରହଣ କରିବେ ଆତିଶୀ ।

ତେବେ ଆପର ଜଣେ ଟାଣୁଆ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ ବିଶ୍ବସ୍ତ ହେଉଛନ୍ତି ଆତିଶୀ । କେଜ୍ରିଓ୍ବାଲ ଜେଲରେ ଥିବା ବେଳେ ପାର୍ଟିକୁ ମଜଭୂତ ରଖିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି ଆତିଶୀ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଜେଲ ଯିବା ପରେ ୨୦୨୩ରେ ଦିଲ୍ଲୀ କ୍ୟାବିନେଟରେ ସାମିଲ ହୋଇଥିଲେ ଆତିଶୀ । ସେ ଆତିଶୀ କେଜ୍ରିଓ୍ବାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ଏବେ ଆତିଶୀ ଶନିବାର ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ।

କେଜ୍ରିଓ୍ବାଲଙ୍କ ବିଶ୍ବସନୀୟ ସହଯୋଗୀ ହେଉଛନ୍ତି ଆତିଶୀ । ଆନ୍ନା ଆନ୍ଦୋଳନ ସମୟରୁ ସେ କେଜ୍ରିଓ୍ବାଲଙ୍କ ସହ ରହିଛନ୍ତି । ସରକାରରେ ସବୁଠୁ ଅଧିକ ମନ୍ତ୍ରାଳୟ ତାଙ୍କ ପାଖରେ ରହିଛି । କେଜ୍ରିଓ୍ବାଲ ଜେଲ ଯିବା ପାଖରୁ ଦଳ ଏବଂ ସରକାର ସହ ଜଡ଼ିତ ମୁଖ୍ୟ ପ୍ରସଙ୍ଗ ଉପରେ ଆତିଶୀ ନିଜର ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହିଥିଲେ । ଆତିଶୀ ୨୦୨୦ ଦିଲ୍ଲୀ ନିର୍ବାଚନରେ ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ ହୋଇଥିଲେ ।

ଏହା ପରେ ୨୦୨୩ରେ କେଜ୍ରିଓ୍ବାଲ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । ଆତିଶୀଙ୍କ ପୂର୍ବରୁ ସୁଷମା ସ୍ବରାଜ ଏବଂ କଂଗ୍ରେସର ଶୀଲା ଦିକ୍ଷିତ ଦିଲ୍ଳୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସୁଷମା ସ୍ବରାଜଙ୍କ କାର୍ଯ୍ୟକାଳ ବହୁତ କମ୍‌ ଥିବା ବେଳେ ଶୀଲା ଦିକ୍ଷିତ ୧୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ଆଉ ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆପ୍‌ ନେତ୍ରୀ ଆତିଶୀ ।

Related Articles

Back to top button
WP Twitter Auto Publish Powered By : XYZScripts.com