ଜାତୀୟ

ଆତଙ୍କୀ ଅପଜଲ ଗୁରୁଙ୍କୁୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଆତିଶୀଙ୍କ ବାପାମାଆ : ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ । ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରାୟ ଗୋଟିଏ ଦଶନ୍ଧି ପରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପାଇବାକୁ ଯାଉଛନ୍ତି ଦିଲ୍ଲୀବାସୀ ।

ହେଲେ ଘରେ ନପୁଶୁଣୁ ଚାଳ ବାଜିବା ଭଳି ସମସ୍ୟା ଦେଖାଦେଲାଣି ଆମ ଆଦମୀ ପାର୍ଟିରେ । ଅର୍ଥାତ ଆତିଶୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ମୁଣ୍ଡ ଟେକିଲାଣି ବିବାଦ । ଦଳର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଓ ଆପ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆହୁରି ତୀବ୍ର ହୋଇଛି । ଆତିଶୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାତୀ ।

ଦଳ ଆତିଶୀଙ୍କୁ ଡମି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି ଓ ଏହା ଜାତୀୟ ରାଜଧାନୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ ବୋଲି ସେ କହିଛନ୍ତି । କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଆତିଶୀଙ୍କୁ କଟାକ୍ଷ କରିବା ପରେ ସ୍ୱାତୀ ମାଲିୱାଲ ଗୋଟିଏ ଚିଠି ଶେୟାର କରିଛନ୍ତି । ୨୦୦୧ ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁ ପାଇଁ ଆତିଶୀଙ୍କ ବାପା ମା’ କ୍ଷମା ଆବେଦନ ଲେଖିଥିଲେ ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, “ଦିଲ୍ଲୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ। ଏମିତି ଜଣେ ମହିଳାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଛି, ଯାହାଙ୍କ ପରିବାର ଲୋକ ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀରୁ ରକ୍ଷା କରିବା ପାଇଁ ଦୀର୍ଘ ସମୟ ଧରି ଲଢ଼େଇ କରିଥିଲେ । ତାଙ୍କ ବାପା ମା’ ଅଫଜଲ ଗୁରୁକୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖିଥିଲେ। ତାଙ୍କ ହିସାବରେ ଅଫଜଲ ଗୁରୁ ନିଦେ୍ର୍ଦାଶ ଏବଂ ତାଙ୍କୁ ରାଜନୈତିକ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି ।

ସେପଟେ ସ୍ୱାତୀଙ୍କ ଏପରି ବୟାନକୁ ଆପ୍‌ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ସେ ଦଳରୁ ଇସ୍ତଫା ଦିଅନ୍ତୁ ଏବଂ ଯଦି ସେ ରାଜ୍ୟସଭାରେ ରହିବାକୁ ଚାହୁଁଛନ୍ତି, ତା’ହେଲେ ବିଜେପି ଟିକେଟ ହାସଲ କରି ପୁଣି ଥରେ ରାଜ୍ୟସଭା ଯାଆନ୍ତୁ ବୋଲି ଦାବି କରିଛନ୍ତି ଆପ୍ ନେତା ।”

Related Articles

Back to top button
WP Twitter Auto Publish Powered By : XYZScripts.com