ଜାତୀୟରାଜନୀତି

କେମିତି ଥିଲା ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଲଭ୍ଷ୍ଟୋରୀ? ଜାଣନ୍ତୁ କିଏ ତାଙ୍କ ସ୍ୱାମୀ?

ନୂଆଦିଲ୍ଲୀ: ରାଜଧାନୀର ରାଜନୀତିରେ ବର୍ତମାନ ଚର୍ଚ୍ଚାରେ ଆତିଶୀ । ସେ ଏବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ ଜେଲ ଯିବା ପରେ ଆକ୍ସନ ମୁଡକୁ ଆସିଥିଲେ ଆତିଶୀ ମାର୍ଲେନା । ବାରମ୍ବାର ବିଜେପିକୁ ଟାର୍ଗେଟ କରିବା ସହ ଜୋରଦାର କରିଥିଲେ ଆନେ୍ଦାଳନ ।

ତେବେ ୪୩ବର୍ଷୀୟ ଏହି ପାୱାରଫୁଲ ଦବଙ୍ଗ ଲେଡି ବା ନିର୍ଭିକ ନେତ୍ରୀ ଏବେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି । ତେଣୁ ଆତିଶୀଙ୍କ ବିଷୟରେ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ତାଙ୍କ ପ୍ରେମ କାହାଣୀର ଚର୍ଚ୍ଚା ବି ଏବେ ଚାରିଆଡେ ।

ତେବେ ଆସନ୍ତୁ ଜାଣିବା ତାଙ୍କର ସ୍ୱାମୀ କିଏ ଆଉ କେମିତି ଥିଲା ତାଙ୍କର ଲଭଷ୍ଟୋରୀ l ଆତିଶୀଙ୍କ ସ୍ୱାମୀ ହେଉଛନ୍ତି ପ୍ରବୀଣ ସିଂ । ଯଦିଓ ପ୍ରବୀଣ କେବେ ଖୁଲମଖୁଲା ଭାବେ ସାମ୍ନାକୁ ଆସିନାହାନ୍ତି, କିନ୍ତୁ ଆତିଶୀଙ୍କ ସହ ଏକ ମଜଭୁତ ଚଟାଣ ସଦୃଶ ହୋଇ ରହିଛନ୍ତି ।

ତେବେ ପ୍ରବୀଣ ହେଉଛନ୍ତି ଜଣେ ଶିକ୍ଷାବିତ୍ ଓ ରିସର୍ଚ୍ଚର । ସଦଭାବନା ଇନଷ୍ଟିଚୁ୍ୟଟ୍ ଅଫ ପବ୍ଲିକ ପଲିସି ନାମକ ସଂସ୍ଥା ସହ ଯୋଡି ହୋଇଛନ୍ତି । ସେ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ ଅହମଦାବାଦରେ ପଢିବା ସହ ବିଭିନ୍ନ ସଂସ୍ଥାରେ ବି କାମ କରିଛନ୍ତି ।

ତେବେ ରିପୋର୍ଟ ଅନୁସାରେ ଆତିଶୀ ଓ ପ୍ରବୀଣଙ୍କ ଭେଟଘାଟ ଦିଲ୍ଲୀରେ ହିଁ ହୋଇଥିଲା । ପ୍ରବୀଣ ଲୋକଲୋଚନକୁ ଆସୁନଥିଲେ ମଧ୍ୟ ଉଭୟଙ୍କ ଲକ୍ଷ୍ୟ ଗୋଟିଏ ରହିଥିଲା । ଦୁହେଁ ଗାଁରେ ସାମାଜିକ କାର୍ମୀ ଭାବେ ଅନେକ କାମ କରୁଥିଲେ ।

୨୦୦୭ରେ ଆତିଶୀ ପ୍ରବୀଣଙ୍କ ସହ ମିଶି ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନକୁ ସାକାର କରିବା ପାଇଁ ମଧ୍ୟପ୍ରଦେଶରେ ଏକ ସଂସ୍ଥା ସ୍ଥାପନ କରିଥିଲେ । ଧୀରେଧୀରେ ଦୁହିଁଙ୍କ ଭିତରେ ସଂପର୍କ ଆଗକୁ ବଢିଥିଲା । ପ୍ରଥମେ ବନ୍ଧୁତ୍ୱ ରୁ ପ୍ରେମ ଓ ପରେ ବିବାହରେ ପରିଣତ ହୋଇଥିଲା ।

ତେବେ କିଛିଦିନ ପରେ ଆତିଶୀ କେଜ୍ରିୱାଲ ନେତୃତ୍ୱରେ ଆାପରେ ସାମିଲ ହୋଇଥିଲେ । ଗତ ୨ବର୍ଷ ଭିତରେ ସେ ଦଳର ସବୁଠୁ ବିଶ୍ୱାସନୀୟ ଚେବେରା ଭାବେ ସାମ୍ନାକୁ ଆସିଥିଲେ । ଆଉ ଏବେ ସେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ । କିନ୍ତୁ ସ୍ୱାମୀ ପ୍ରବୀଣ ଲୋ-ପ୍ରୋଫାଇଲରେ ଚୁପଚାପ କାମ କରିବାକୁ ପସନ୍ଦ କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com