କ୍ୱାଲିଟି ଟେଷ୍ଟରେ ଫେଲ୍ ପାରାସିଟାମୋଲ । ଖାଉଥିଲେ ହୋଇଯାଆନ୍ତୁ ସତର୍କ!
ନୂଆଦିଲ୍ଲୀ: ପାରାସିଟାମୋଲ୍ ମେଡିସିନ୍ । ଘରେ ଘରେ ବେଶ ପରିଚିତ ଏହି ଔଷଧ । ଜ୍ୱର ହେଲେ ଏହାକୁ ଖାଇଥାନ୍ତି ଅନେକ ଲୋକେ । କିନ୍ତୁ ଏବେ ହେଇଯାଆନ୍ତୁ ସତର୍କ । ପାରାସିଟାମୋଲ୍ ଖାଉଥିଲେ ସାବଧାନ ।
କାରଣ ଦେଶର ଡ୍ରଗ୍ସ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ସ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସସିଓ) ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି ପାରାସିଟାମୋଲ୍ । ଏହାସହିତ ୫୦ରୁ ଅଧିକ ଔଷଧ ମଧ୍ୟ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛି ।
ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲ୍ସିୟମ, ଭିଟାମିନ ଡି ସପ୍ଲିମେଣ୍ଟ, ଆଣ୍ଟି ଡାଇବେଟିସ ପିଲ୍ସ ଓ ହାଇ ବ୍ଲଡ ପ୍ରେସର ମେଡିସିନ ଭଳି ଔଷଧ ରହିଛି ।
ଭାରତୀୟ ଔଷଧ ନିୟନ୍ତ୍ରକ ବୋର୍ଡ ଏହିସବୁ ଔଷଧର ମାନ ପରୀକ୍ଷା କରିଥିଲା । ଆଉ ଏବେ ସିଡିଏସସିଓ ପାଖାପାଖି ୫୩ଟି ଔଷଧକୁ ନୋ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି ଆଲର୍ଟ ଭାବରେ ଘୋଷଣା କରିଛି ।
ତେବେ ଗୁଣାତ୍ମକ ପରୀକ୍ଷାରେ ପାସ୍ ହୋଇନଥିବା ଔଷଧ ଗୁଡ଼ିକରେ ଭିଟାମିନ୍ ସି ଏବଂ ୩ ରି ଟାବଲେଟ୍ ସେଲକେଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଜେଲ୍ସ, ଆଣ୍ଟିଏସିଡ୍ ପେନ୍-ଡି, ପାରାସିଟାମୋଲ୍ ଟ୍ୟାବଲେଟ୍ ଆଇପି ୫୦୦ ଏମଜି, ଡାଇବେଟିସ୍ ଔଷଧ ଗ୍ଲିମେପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ଆହୁରି ଅନେକ ଔଷଧ ଅନ୍ତର୍ଭୁକ୍ତ ।
ସେହିପରି ପେଟ ସଂକ୍ରମଣ ଇନଫେକ୍ସନ ପାଇଁ ବହୁଳ ଭାବରେ ବ୍ୟବହୃତ ହେଉଥିବା ମେଟ୍ରୋନିଡେଜୋଲ ମଧ୍ୟ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି । ଏନେଇ ସମସ୍ତ ଔଷଧର ଦୁଇଟି ତାଲିକା ପ୍ରକାଶ ପାଇଛି । ପ୍ରଥମ ତାଲିକାରେ ୪୫ ଅତ୍ୟଧିକ ବ୍ୟବହୃତ ଔଷଧର ନାମ ରହିଛି।
ସେହିପରି ଦ୍ୱିତୀୟ ତାଲିକାରେ ୫ଟି ଔଷଧ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜନସାଧାରଣ । ପାରାସିଟାମୋଲ୍ କେତେ ମାରାତ୍ମକ ନା ସୁରକ୍ଷିତ ତାକୁ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।