ଓଡ଼ିଶା

୬ ବର୍ଷ ପାଇଁ ଓଡ଼ିଶା ଲୋକସେବା ଆୟୋଗର ଚେୟାରମ୍ୟାନ୍; ଅରୁଣ ଷଡ଼ଙ୍ଗୀ

କଟକ: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍‌ସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ।

ତେବେ ୧୯୯୦ ବ୍ୟାଚର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୁଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ନୂଆବର୍ଷରେ କାର୍ଯ୍ୟକାରୀ ପୁଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ । ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବଗ୍ରହଣ କରିଥିଲେ । ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ । ପ୍ରାୟ ସାତ ମାସ ଅତିରିକ୍ତ ଡିଜି ଥିବା ସମୟରେ ଓଡ଼ିଶା ପୋଲିସ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ, ନିରପେକ୍ଷରେ ସମାପନ କରିଥିଲା ।

ବିଶେଷ କରି ୨୬ବର୍ଷ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ନିର୍ବାଚନ ମାଓ ହିଂସା ମୁକ୍ତ ହୋଇପାରିଥିଲା । ଏଥିସହିତ ରାଜ୍ୟରେ ନୂଆ ସରକାର ଆସିବା ପରେ ରଥଯାତ୍ରାରେ ସମୟରେ ଗୋଟିଏ ଦିନରେ ନବଯୌବନ ଓ ରଥଯାତ୍ରା ପଡୁଥିବାବେଳେ ଏହାକୁ ସୁରୁଖୁରୁରେ ସମ୍ପନ ହୋଇଥିଲା ।

ଏଥିସହିତ ତାଙ୍କର କାର୍ଯ୍ୟକଳାରେ ତିନୋଟି ନୂଆ ଆପରାଧିକ ଆଇନ ସୁରୁଖୁରରେ ଲାଗୁ କରିବା ସମେତ ବାଲେଶ୍ବରରେ ସୃଷ୍ଟି ହୋଇଥିବା ଗୋଷ୍ଠୀଗତ ବିଶୃଙ୍ଖଳାକୁ ପୋଲିସ ଦମନ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା ।

ରାଜ୍ୟରେ ସରକାର ବଦଳିବା ପରେ ଅରୁଣ ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଥିଲା ଓ ତାଙ୍କ ସ୍ଥାନରେ ଯୋଗଶେ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ଡିଜି ଭାବେ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟକାରୀ ଡିଜି ଭାବେ ଯେତେବେଳେ ଶ୍ରୀ ଷଡଙ୍ଗୀ ଦାୟିତ୍ବ ନେଇଥିଲେ ସେ କହିଥିଲେ ଯେ ଓଡ଼ିଶା ପୁଲିସର ସ୍ବତନ୍ତ୍ର ଗରିମା ରହିଛି ।

ତେଣୁ ଏହାକୁ ଅକ୍ଷୁଣ୍ଣ ରଖିବା ସହିତ ରାଜ୍ୟବାସୀଙ୍କୁ ଏକ ଗୁଣାତ୍ମକ ପୁଲିସ ସେବା ଯୋଗାଇ ଦେବା ପାଇଁ ସେ କାର୍ଯ୍ୟ କରିବେ। ‌ଅପରାଧ ମୁକ୍ତ ସମାଜ ଗଠନ କରିବା ପାଇଁ ଅପରାଧ ନିରାକରଣ, ଅପରାଧ ଅନୁସନ୍ଧାନ ଓ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦିଆଯିବ।

ଏଥିପାଇଁ ରାଜ୍ୟର ପୁଲିସ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ସେ କାମନା କରିଥି‌ଲେ। ରାଜ୍ୟ ପୁଲିସ ଅତୀତରେ ଅନେକ ସଫଳତା ହ‌ାସଲ କରିଛି। ମାଓ ଦମନ, ସାଇବର ଅପରାଧ ସମେତ ପୁଲିସ ଭିତ୍ତିଭୂମି ବିକାଶରେ ଅନେକ ସଫଳତା ପାଇଥିବା ଶ୍ରୀ ଷଡଙ୍ଗୀ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com