ଓଡ଼ିଶା

୫ ଡିଗ୍ରୀ ଯାଏ ଖସିବ ପାରଦ

ଭୁବନେଶ୍ବର () ରାଜ୍ୟରେ ଶୀତ ପ୍ରକୋପ ହ୍ରାସ ପାଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୩ ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ସମସ୍ତ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ଥିବାରୁ ବିଶେଷ ଶୀତ ଅନୁଭୂତ ହେବାର ସମ୍ଭାବନା ନାହିଁ। ଦାରିଙ୍ଗବାଡିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ପ୍ରାୟ ସ୍ଥାନରେ ସ୍ବାଭାବିକରୁ ଅଧିକ ରାତି ତାପମାତ୍ରା ଥିବାରୁ ସ୍ବାଭାବିକ ଶୀତ ଅନୁଭୂତ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com