ଓଡ଼ିଶା

ପୁରୀର ଲାଇଟ ହାଉସ ବେଳାଭୂମିରେ ମାତୃ ଦିବସ ବାଲୁକା କଳା

ପୁରୀ() ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମାତୃ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି ।

ଏଥିରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସେ ସମସ୍ତ ଜନ ସମାଜକୁ  ମାଆର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନ ଭୁଲିବା ପାଇଁ ଅନୁରୋଧ କରିଛନ୍ତି ବାଲୁକା କଳା ମାଧ୍ୟମରେ ।

ମା ହିଁ ଏକ ମାତ୍ର ଭଗବାନଙ୍କ ସୁନ୍ଦର ପରିକଳ୍ପନା ଯିଏ କି କୌଣସି ଆଶା ଅଭିଳାଷ ନ ରଖି ସନ୍ତାନକୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ବିନା ସ୍ୱାର୍ଥରେ ଦେଇଚାଲେ ।ତେଣୁ ଆମେ ସମସ୍ତେ ମା ଙ୍କୁ ଭଲପାଇବା ଦରକାର, କେବଳ ମାତୃ ଦିବସରେ ନୁହେଁ ନିଜ ବାସ୍ତବିକ ଜୀବନରେ ମାଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମାନ ଜଣାଇବା ଦରକାର ।

ଏହି ଭାବମୂର୍ତ୍ତିକୁ ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ । ଏହି ବାଲୁକା ମୂର୍ତ୍ତିଟିକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7ଘଣ୍ଟା ସମୟ ଲାଗିଥିଲା ।

ଏହି ବାଲୁକା କଳାଟି 12 ଫୁଟ ଓସାର ବିଶିଷ୍ଟ ଏଥିରେ 12 ଟନ ବାଲି ଉପଯୋଗ କରାଯାଇଛି ଏବଂ ଏଥିରେ “HAPPY MOTHER’S DAY” ର ବାର୍ତ୍ତା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com