ଓଡ଼ିଶା

ନର୍ସିଂ ସଂଘର ୧୦୨୨ ଜଣଙ୍କୁ ପ୍ରମୋଶନ ଦେଇଛୁ, ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଶନିବାରଠୁ ନର୍ସିଂ ସଂଘର ଅହୋରାତ୍ର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବିରେ ଅଟଳ ନର୍ସିଂ ଅଫିସର । ରୋଗୀ ସେବା ଗୁରୁତର ପ୍ରଭାବିତ । ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି ।

୧୫ ହଜାରରୁ ଅଧିକ ନର୍ସିଂ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ଏନେଇ ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଂଶୁମାନ ମେମୋରିଆ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ କଲେ ନିବେଦନ ।

ସରକାର ପ୍ରଥମ ଦଫାରେ ୧୦୨୨ ଜଣଙ୍କୁ ପ୍ରମୋଶନ ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକରାତ୍ମକ ବିଚାର କରୁଛନ୍ତି । ଏଥି ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଆଲୋଚନା ଓ ବିଚାରବିମର୍ଶ ଜାରି ରହିଛି ।

ଅନ୍ୟପଟେ ଜୁନିୟର ଡାକ୍ତର ଇଞ୍ଜେକସନ୍ ଦେବା ଏବଂ ସାଲାଇନ୍ ଲଗାଇବା କାମ କରୁଛନ୍ତି । ରୋଗୀ ସେବାର ସ୍ଥିତି ଏତେ ଜଟିଳ ଯେ ପ୍ରଫେସର୍‌ମାନେ କୁଆଡ଼େ ଯାଇପାରୁନାହାନ୍ତି। ସମସ୍ତଙ୍କ ଛୁଟି ବାତିଲ ହୋଇଥିବାରୁ ମେଡିକାଲ୍‌ରେ ରହି ରୋଗୀ ପରିଚାଳନା ଦାୟିତ୍ଵ ତୁଲାଉଛନ୍ତି । ସ୍ୱାସ୍ଥ୍ୟ ସେବାରେ ବ୍ୟାହତ ନକରି ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com