ଓଡ଼ିଶାଜାତୀୟ

ମନ କି ବାତ୍‌: ମୟୂରଭଂଜ ଜିଲ୍ଲାର ମାତୃଭାଷାକୁ ନେଇ ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ୩ ଅକ୍ଟୋବରକୁ ମନ କି ବାତ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି ।

ସ୍ଵଚ୍ଛ ଭାରତ ମିଶନ ସଫଳତାକୁ ନେଇ ଆଜି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ଵଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ ବର୍ଷ ପୁରା ହେବାକୁ ଯାଉଛି । ଆମେରିକା ୩୦୦ କଳାକୃତୀ ଫେରସ୍ତ କରିଥିବା କହିଛନ୍ତି ମୋଦୀ ।

ଅନ୍ୟପଟେ ମାତୃଭାଷାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ସାନ୍ତାଳୀ ଭାଷା ପାଇଁ ମୟୁରଭଞ୍ଜ ଯୁବକଙ୍କର ଅନେକ ଅବଦାନ ରହିଛି। ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ଗୌରବ ଆଣିଛନ୍ତି ।

ରାମଜିତ୍ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି । ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚି ପାରିଛି । ରାମଜିତଙ୍କ ପାଇଁ ସାନ୍ତାଳୀ ଭାଷା ଡିଜିଟାଲୀ ପଢିବା ସହ ଲେଖା ଯାଇପାରୁଛି ।

ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ନୂତନ ନାମ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ‘ସାନ୍ତାଳି’ ଆମ ଦେଶର ଅନେକ ରାଜ୍ୟରେ ବସବାସ କରୁଥିବା ସାନ୍ତାଳ ଜନଜାତୀ ସମୁଦାୟଙ୍କ ଭାଷା ।

ଭାରତ ବ୍ୟତୀତ ବାଂଲାଦେଶ, ନେପାଳ ଏବଂ ଭୁଟାନରେ ମଧ୍ୟ ସାନ୍ତାଳୀ ଭାଷା କହୁଥିବା ଜନଜାତୀ ସମୁଦାୟ ରୁହନ୍ତି । କିନ୍ତୁ ସାନ୍ତାଳୀ ଭାଷାକୁ ଅନଲାଇନରେ ପରିଚୟ କରିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶାର ମୟୁରଭଞ୍ଜ ଜିଲ୍ଲାର ପୁଅ ରାମଜିତ ଟୁଡୁ ।

ରାମଜିତ ଏକ ଏପରି ଡିଜିଟାଲା ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି ଯେଉଁଠାରେ ସନ୍ତାଳୀ ଭାଷାରେ ସାହିତ୍ୟ ପଢିବା ସହ ଲେଖିପାରିବେ । ବାସ୍ତବରେ କିଛି ବର୍ଷ ପୂର୍ବରୁ ଯେତେବେଳେ ରାମଜିତ ମୋବାଇଲ ଫୋନର ବ୍ୟବହାର ଆରମ୍ଭ କଲେ ସେତେବେଳେ ନିଜ ମାତୃଭାଷାରେ କହିପାରୁନଥିବାରୁ ଦୁଃଖିତ ଥିଲେ । ଏହାପରେ ସେ ସାନ୍ତାଳୀ ଭାଷାର ଲିପି ‘ଓଲ ଚିକି’କୁ ଟାଇପ କରିବାର ସୁବିଧା ପ୍ରସ୍ତୁତ କଲେ ।

ନିଜର କିଛି ସାଙ୍ଗ ସାଥୀଙ୍କ ସାହାର୍ଯ୍ୟରେ ସେ ସାନ୍ତାଳୀ ଭାଷା ଲିପିକୁ ଟାଇପ କରିବାର କୌଶଳ ବିକଶିତ କଲେ । ଆଉ ଆଜି ତାଙ୍କର ହି ଅଭିନବ ପ୍ରୟାସ ସାନ୍ତାଳୀ ଭାଷାକୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚାଇଛି ବୋଲି କହିଛନ୍ତି ମୋଦୀ ।

ତେବେ ଆସନ୍ତା ୩ ଅକ୍ଟୋବରକୁ ମୋଦୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି । ଏଥିସହ ସ୍ବଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ବର୍ଷ ପୂରଣ ହେବାକୁ ଯାଉଛି । ସେଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ ।

ମୋଦୀ କହିଛନ୍ତି ଯେ, ୧୦ ବର୍ଷ ପୂର୍ବରୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ୩ ଅକ୍ଟୋବର ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିଲା । ଏହା ଅତ୍ୟନ୍ତ ବିରଳ ପବିତ୍ର ସଂଯୋଗ ଯେ ଚଳିତ ବର୍ଷ ୩ ଅକ୍ଟୋବରରେ ଏହି କାର୍ଯ୍ୟକ୍ରମକୁ ୧୦ ବର୍ଷ ପୁରଣ ହେଉଛି । ଏବଂ ସେଦିନ ନବରାତ୍ରୀର ପ୍ରଥମ ଦିନ ପଡୁଛି ବୋଲି କହିଛନ୍ତି ମୋଦୀ ।

Related Articles

Back to top button
WP Twitter Auto Publish Powered By : XYZScripts.com