ଓଡ଼ିଶା

ସଂସଦରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ବିଜେପି ସାଂସଦଙ୍କୁ ଜବାବ୍ ଦେଲେ ପିନାକୀ ମିଶ୍ର

ନୂଆଦିଲ୍ଲୀ() ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଂଘନ ହେଉନାହିଁ । ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି-ଏନଏମଏର ଅନୁମତି ରହିଛି । ଏଏସଆଇ ମଧ୍ୟ ପ୍ରକଳ୍ପ ବାବଦରେ ଅବଗତ ଅଛି । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ କୌଣସି କ୍ଷେତ୍ରରେ ଆଇନର ଉଲ୍ଲଂଘନ ହୁଏ ନାହିଁ । ଏ ବିଶ୍ବାସ ଓଡିଶାବାସୀଙ୍କର ରହିଛି । ସେଥିପାଇଁ କ୍ରମାଗତ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତି ଆସୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ କେଉଁଠାରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନି । କେବଳ ଚାରିଟି ଟଏଲେଟ ନିର୍ମାଣ ଚାଲିଛି । ଦୁଇଟି ମହିଳାଙ୍କ ପାଇଁ ଓ ଦୁଇଟି ପୁରୁଷଙ୍କ ପାଇଁ ଟଏଲେଟ ନିର୍ମାଣ ହେଉଛି । ଭକ୍ତଙ୍କ ସୁବିଧା ପାଇଁ ଏହା କରାଯାଉଛି । ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ ।  ଅପରାଜିତାଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସାଂସଦ ପରିକ୍ରମା ପ୍ରକଳ୍ପରେ ଆଇନର ଉଲ୍ଲଂଘନ ହୋଇନଥିବା ଏବଂ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com