ଜାତୀୟରାଜନୀତି

ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ପଡିଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କାଠୁଆରେ ରବିବାର ଦିନ ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । କିଛି ସମୟ ପରେ ଏହି ପୁରୁଖା ରାଜନେତା ପୁଣିଥରେ ଭାଷଣ ଦେବା ଆରମ୍ଭ କରି କହିଥିଲେ, ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାସ୍ତ ହୋଇ କ୍ଷମତାରୁ ହଟାଯିବା ପରେ ଯାଇ ସେ ମରିପାରିବେ ।

ମୋର ବୟସ ୮୩ବର୍ଷ, ମୁଁ ଏତେ ଶୀଘ୍ର ମରୁନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମତାରୁ ହଟାଯିବା ପର୍ଯ୍ୟନ୍ତ ମୁଁ ଜୀବିତ ରହିବି ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଏଠାକାର ଯୁବକଙ୍କ ଭବିଷ୍ୟତ ପାଇଁ ମୋଦି ମିଛ କାନ୍ଦଣା କାନ୍ଦୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଜମ୍ମୁ କଶ୍ମୀରର କଠୁଆ ଜିଲା ଜରସୋଟା ଠାରେ କଂଗ୍ରେସ ଅଧ୍ୟକ୍ଷଭାଷଣ ଦେଉଥିଲେ। ମୋଦି ସରକାରଙ୍କୁ ଟାର୍ଗେଟ କରିି ସେ କହିଛନ୍ତି, ପିଏମ ମୋଦି ଗତ ୧୦ବର୍ଷ ମଧ୍ୟରେ ଭାରତର ଯୁବକମାନଙ୍କୁ କିଛି ଦେଇ ନାହାଁନ୍ତି ।

ଆପଣ ୧୦ବର୍ଷ ମଧ୍ୟରେ ଆପଣଙ୍କର ସମୃଦ୍ଧି ଫେରାଇ ଆଣି ପାରିବେ ନାହିଁ ବୋଲି ଆପଣ ବିଶ୍ୱାସ କରିପାରିବେ କି? ଯଦି ଜଣେ ଭାଜପା ନେତା ଆପଣଙ୍କ ସହିତ ଯୋଗ ଦିଅନ୍ତି କେହି ଜଣେ ଆପଣଙ୍କ ସାମ୍ନାକୁ ଆସନ୍ତି, ତାଙ୍କୁ ପଚାରନ୍ତୁ ଯେ ସେ ସମୃଦ୍ଧି ଆଣିଛନ୍ତି କି ନାହିଁ ।

ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଖାର୍ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସି ଯୁବକଙ୍କ ଭବିଷ୍ୟତ ପାଇଁ ମିଥ୍ୟା ଲୁହ ଢାଳୁଛନ୍ତି । ପ୍ରକୃତ କଥା ହେଉଛି ଏହି ଲୋକମାନେ ଗତ ୧୦ବର୍ଷ ମଧ୍ୟରେ ସମଗ୍ର ଦେଶର ଯୁବକମାନଙ୍କୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଦାୟୀ ।

Related Articles

Back to top button
WP Twitter Auto Publish Powered By : XYZScripts.com