ଓଡ଼ିଶାରାଜନୀତି

ବିଜେଡି ବର୍ତ୍ତମାନ ଦେଖାଦେଇଛି ବିବାଦ; ୪ଜଣଙ୍କୁ ସୋ କଜ ନୋଟିସ

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ଦେଖାଦେଇଛି ବିବାଦ l ଏନେଇ ଏବେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି ।

କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ବିବେକ ସ୍ବାଇଁ ଏବଂ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ରଙ୍କୁ ନୋଟିସ ଜାରି କରାଯାଇଛି । ଏମାନେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହେବା ପରେ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ।

ସୋମବାର ପୂର୍ବାହ୍ନରେ ଭୁବନେଶ୍ବର ମହାନଗର ନିଗମର ୨୫ରୁ ୩୦ ବିଜେଡି କର୍ପୋରେଟର, ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରି ବସରେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଥିଲେ । ଏହା ପରେ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟର ସୋମବାର ଗୋଟିଏ ବସରେ ସମସ୍ତେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଛନ୍ତି ।

ହେଲେ ଏମାନଙ୍କ ସହ ବିରଞ୍ଚି ଏବଂ ଅମରେଶ ଜେନାଙ୍କ ଗୋଷ୍ଠୀ ଯାଇ ନାହାନ୍ତି । ଶୁକ୍ରବାର ଗୋଟିଏ ପଟେ ବିଏମସି କର୍ପୋରେସନ ବୈଠକ ଚାଲିଥିବାବେଳେ ଅନ୍ୟପଟେ କର୍ପୋରେସନ ବୈଠକ ବସିଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି କର୍ପୋରେସନ ବୈଠକକୁ ବିଜେଡିର ପ୍ରାୟ ୪୦ ଜଣ କର୍ପୋରେଟର ଯାଇ ନ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ଏକ ସ୍ଥାନରେ ଏକାଠି ବସିଥିଲେ ।

ଏତେ ସଂଖ୍ୟାରେ କର୍ପେରେଟର ବିଏମ୍ସି ବେଠକକୁ ନ ଆସିବା ଏକ ବିଦ୍ରୋହର ସଂଙ୍କେତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ବିଏମସି କର୍ପୋରେସନ ବୈଠକରେ ଅଧାରୁ ଅଧିକ କର୍ପୋରେଟର ଯୋଗ ନଦେଇ ସମାନ୍ତରାଳ ଭାବେ ବେଠକ କରିବା ଦଳୀୟ କନ୍ଦଳ ଆଡ଼କୁ ଇସାରା କରୁଛି । ଏପଟେ ସୋ କଜ୍‌ ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଅମରେଶ ଜେନା ।

ଆମେ କେବେ ଦଳରେ ଫାଟ ସୃଷ୍ଟି କରିନୁ । ଆମେ ଫାଟ ସୃଷ୍ଟି କରିନୁ, ସବୁବେଳେ ଫେଭିକଲ୍‌ ଲଗାଇ ରଖିଛୁ । ଭୁବନେଶ୍ବରରେ ଯାହା କିଛି ଘଟିଛି ସମସ୍ତଙ୍କୁ ଜଣା ଅଛି । ଭୁବନେଶ୍ବରରେ କେହି ଏକା ଠିକା ନେଇନି । ସମସ୍ତଙ୍କ ସହଯୋଗରେ ଦଳ ଏତେ ଉପରକୁ ଉଠିପାରିଛି ବୋଲି କହିଲେ ଅମରେଶ ଜେନା । ତେବେ ଏହି ଘଟଣାକୁ ନେଇ ରାରନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com