ଛତୁଆ ବଦଳରେ ମାଣ୍ଡିଆ; ପୁଷ୍ଟିକର ଛତୁଆ ପ୍ରସ୍ତୁତ ପାଇଁ କନ୍କ୍ଲେଭ ହେବ: ପ୍ରଭାତୀ ପରିଡା
ଭୁବନେଶ୍ୱର: ଛତୁଆ ପାଇଁ ବଡ଼ ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ।
ଖରାପମାନର ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଉଦ୍ବେଗ ପ୍ରକାଶ କରି କହିଛନ୍ତି, ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଛନ୍ତି ।
ସବୁଆଡେ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ। ଏହାସହ ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି, ଆଗକୁ କେଳେଙ୍କାରୀ ହେବନି ।
ପୁଷ୍ଟିକର ଛତୁଆ ପ୍ରସ୍ତୁତ ପାଇଁ କନ୍କ୍ଲେଭ ହେବ, ଅନୁଭବୀ ନିଷ୍ପତ୍ତି ନେବେ। ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି, ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ପୃଷ୍ଟିକର ଛତୁଆ କେମିତି ତିଆରି ହେବ । ସେନେଇ ବିଭାଗ ଆଲୋଚନା କରୁଛି । ଖୁବଶୀଘ୍ର ଏଦିଗରେ କିପରି ପଦକ୍ଷେପ ନିଆଯିବ ।
ସେନେଇ ମଧ୍ୟ ଆଲୋଚନା ଚାଲିଛି । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।