ଜାତୀୟରାଜନୀତି

ଜମ୍ମୁ-କାଶ୍ମୀରରେ ଶେଷ ପର୍ଯ୍ୟାୟ ନିର୍ବାଚନ; ୭ ଜିଲ୍ଲାର ୪୦ଟି ଆସନରେ ଭୋଟିଂ

ଶ୍ରୀନଗର: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମଙ୍ଗଳବାର ଜମ୍ମୁ-କାଶ୍ମୀରରେ ଶେଷ ପର୍ଯ୍ୟାୟ ନିର୍ବାଚନ । ୭ ଜିଲ୍ଲାର ୪୦ଟି ଆସନରେ ଭୋଟିଂ ଜାରି ରହିଛି । ମୋଟ୍ ୩୯.୧୮ ଲକ୍ଷ ଭୋଟର ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୪୦ ଆସନ ମଧ୍ୟରୁ ୨୪ଟି ଜମ୍ମୁ ଡିଭିଜନ ଏବଂ ୧୬ଟି କାଶ୍ମୀର ଘାଟିରୁ ରହିଛି ।

ଶେଷ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୮୭ ପୁରୁଷ ଓ ୨୮ ମହିଳା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ୍ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୬୯ଜଣ କୋଟିପତି ଥିବାବେଳେ ୬୭ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି । ଜମ୍ମୁର ନଗରୋଟାରୁ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ସିଂହ ରାଣାଙ୍କ ସମ୍ପତ୍ତି ମୂଲ୍ୟ ସର୍ବାଧିକ ୧୨୬ କୋଟି ଟଙ୍କା ।

ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ବଡ଼ଭାଇ ଏଜାଜ୍‌ ଅହମ୍ମଦ ଗୁରୁଙ୍କ ଭାଗ୍ୟ ପରୀକ୍ଷା ହେବ । ସେ ସୋପୋର ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଉତ୍ତର କାଶ୍ମୀରର ଲଙ୍ଗେଟରୁ ଇଞ୍ଜିନିୟର ଶେଖ ଅବ୍‌ଦୁଲ୍‌ ରସିଦଙ୍କ ଭାଇ ଖୁର୍ସିଦ ଅହମ୍ମଦ ଶେଖ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ତାରିଖରେ ହୋଇଥିଲା ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା ସେପ୍ଟେମ୍ବର ୨୫ ତାରିଖରେ । ଭାରତର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନର ଯଥାକ୍ରମେ ୬୧ ପ୍ରତିଶତ ଏବଂ ୫୭.୩୧ ପ୍ରତିଶତ ରେକର୍ଡ ହୋଇଛି ।

ଜମ୍ମୁ ବିଭାଗର ୨୪ଟି ବିଧାନସଭା ଆସନ ମଧ୍ୟରୁ ଜମ୍ମୁ, ସାମ୍ବା, କାଠୁଆ ଏବଂ ଉଦାମପୁରର ଆଦି ହିନ୍ଦୁ ସଂଖ୍ୟାଗରିଷ୍ଠ ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯିବ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ବାଜିମାତ୍‌ କରିଥିଲା ।

ବିଜେପି ଗତ ନିର୍ବାଚନରେ ୨୪ଟି ଆସନରୁ ୨୨ଟି ଆସନ ହାତେଇଥିବା ବେଳେ ଏଥର ବି ବେଶ୍‌ ଆଶାବାଦୀ ରହିଛି । ଅନ୍ୟପକ୍ଷରେ, କଂଗ୍ରେସ ଏହି ଅଞ୍ଚଳରେ ପୁଣି ଥରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଦୌଡ଼ରେ ସାମିଲ୍‌ ରହିଛି।ଆସନ୍ତା ୮ ତାରିଖରେ ରେଜଲ୍ଟ ଆସିବ ।

Related Articles

Back to top button
WP Twitter Auto Publish Powered By : XYZScripts.com