କ୍ରୀଡ଼ା

ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନରେ ବିଜୟ ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ: କାନୁପରରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତୀୟ ଦଳ । ୯୫ରନ ଟାର୍ଗେଟକୁ ୩ ୱିକେଟ ହରାଇ ମ୍ୟାଚ ଜିତିବା ସହ ସରିଜିକୁ ୨-୦ରେ ପୋଛି ନେଇଛି ରୋହିତ ବାହିନୀ ।

ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ରନ ଓ ଦ୍ୱିତୀୟ ଇନିଂସରେ ୧୪୬ ରନ କରିଥିଲା । ସେହିପରି ଭାରତ ପ୍ରଥମ ଇନିଂସରେ ୯ୱିକେଟ ହରାଇ ୨୮୫ରନ ଓ ଦ୍ୱିତୀୟରେ ୩ ୱିକେଟ ହରାଇ ୯୮ ରନ କରି ବିଜୟ ହାସଲ କରିଛି ।

କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ବୋଲ ଓ ବ୍ୟାଟର ଉଭୟ ଦମଦାର ପ୍ରଦର୍ଶନ କରିଛନ୍ତି । ଯଶସ୍ୱୀ ଯଶୱାଲଙ୍କ ଅର୍ଦ୍ଧଶତକ ଓ ବିରାଟ କୋହଲି ୨୯ରନ ଖେଳ ଅପରାଜିତ ରହିଥିଲେ ।

ଅପରପକ୍ଷେ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପ୍ରାୟତଃ ଫାଇନାଲ ଲାଇନ ଅପ ଚୂଡାନ୍ତ କରିବ ବୋଲି ଅନୁମାନ କରାଯାଉଛି । କ୍ରମାଗତ ୨ ଥର ଭାରତ ଡବ୍ଲ୍ୟୁଟିସିର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ କେବେ ହେଲେ ଟାଇଟଲ ହାସଲ କରିପାରି ନାହିଁ । ଦୀର୍ଘ ଦିନ ପରେ ଟି୨୦ ବିଶ୍ୱକପ ଜିତିବା ପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com