ଜାତୀୟ

କ୍ରିକେଟ ଆସୋସିଏସନର ଦୁର୍ନୀତି ମାମଲାରେ ମହମ୍ମଦ ଆଜାରୁଦ୍ଦିନଙ୍କୁ ଇଡି’ର ନୋଟିସ୍‌‌

ନୂଆଦିଲ୍ଲୀ: ମହମ୍ମଦ ଆଜହାରୁଦ୍ଦିନଙ୍କୁ ଇଡିର ସମନ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍‌‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍‌‌ ଜାରି କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଇଡ଼ି ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ମହମ୍ମଦ ଆଜାରୁଦ୍ଦିନ୍‌‌ । ସୂଚନା ଅନୁସାରେ ଆଜାରୁଦ୍ଦିନଙ୍କୁ ହାଇଦ୍ରାବାଦସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ ।

ଏହି ମାମଲାରେ ଆଜାରୁଦ୍ଦିନଙ୍କ ବିରୋଧରେ ହାଇଦ୍ରାବାଦର ଉପ୍ପଲ ସ୍ଥିତ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ପାଇଁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ୨୦କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି ।

ଅନ୍ୟପଟେ ଗତ ବର୍ଷ ଇଡି ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ କରିଥିଲା । ଇଡି ତେଲଙ୍ଗାନାର ୯ଟି ସ୍ଥାନରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ଉପକରଣ ଜବତ କରିଥିଲା । ଏଥିରେ ପୂର୍ବତନ ପଦାଧିକାରୀ ଗଦ୍ଦାମ ବିନୋଦ, ଶିବଲାଲ ଯାଦବ ଓ ଅଶରଦ୍ଦ ଅୟୁବଙ୍କ ବାସଭବନ ମଧ୍ୟ ରହିଥିଲା l

ଇଡିର ଅଭିଯୋଗ ଅନୁସାରେ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ । ସେମାନେ ବେସରକାରୀ କମ୍ପାନୀଙ୍କ ଉଚ୍ଚ ହାରରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନର କୋଟି ଟଙ୍କାର କ୍ଷତି କରିଥିଲେ। ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରି ଜଦନ୍ତ ଜାରି ରଖିଛି ।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ। ସେମାନେ ବେସରକାରୀ କମ୍ପାନୀମାନଙ୍କୁ ଉଚ୍ଚ ହାରରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନକୁ କୋଟି ଟଙ୍କା ମୂଲ୍ୟର କ୍ଷତି ଘଟାଇଲେ। ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରିଛି ଏବଂ ଅଧିକ ଅନୁସନ୍ଧାନ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com