ଓଡ଼ିଶା

ବିଳମ୍ବିତ ରାତିରେ ସମ୍ବଲପୁର ମଣ୍ଡଳ କାରାଗାର ଓ ବରଗଡ଼ ଉପ କାରାଗାରରେ ଅଚାନକ ସରପ୍ରାଇଜ ରେଡ

ସମ୍ବଲପୁର/ବରଗଡ଼: ସମ୍ବଲପୁର ମଣ୍ଡଳ କାରାଗାର ଓ ବରଗଡ଼ ଉପ କାରାଗାରରେ ଅଚାନକ ସରପ୍ରାଇଜ ରେଡ । ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ଆଜି ଭୋର ପ୍ରାୟ ୪ଟା ବେଳେ ଅଚାନକ୍ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଜେଲ ଅନ୍ତେବାସୀଙ୍କ ନିକଟରୁ ବହୁ ତମାଖୁ ଜାତୀୟ ଓ ମାଦକ ଦ୍ରବ୍ୟ ଜବତ ହୋଇଥିବା ନେଇ ମିଳିଛି ସୂଚନା ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଏସପି, ସଦର ଏସଡିପିଓ ଚଢାଉ କରିଥିଲେ । ଚଢାଉ ବେଳେ ବିପୁଳ ପରିମାଣର ଗୁଟ୍‌ଖା, ଖଇନି ସହ ଲାଇଟର ଜବତ କରିଛି ପୋଲିସ । ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ରହୁଛନ୍ତି ।

ପ୍ରାୟ ୩ ଘଣ୍ଟା ଚଢ଼ାଉ ହୋଇ ସକାଳ ସାଢ଼େ ୬ଟା ବେଳେ ଶେଷ ହୋଇଛି । ଏପରି ପ୍ରତିକ୍ରିୟା ଦେଇଛନ୍ତି ସମ୍ବଲପୁର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ସ୍ୱାଧୀନ ବେହେରା l ସେ କହିଛନ୍ତି, ଗତକାଲି ରାତିରେ ଅଚାନକ ଜେଲରେ ଚଢ଼ାଉ କରାଯାଇଥିଲା ।

ଏହି ସମୟରେ କଏଦୀମାନେ ଶୋଇଥିଲେ। ଚଢ଼ାଉବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି । ଦିନ ସମୟରେ ଟେନିସ୍ ବଲ୍ ଭିତରେ ତମାଖୁ ଓ ମାଦକ ଦ୍ରବ୍ୟ ପୂରାଇ ଜେଲ ଭିତରକୁ ଫିଙ୍ଗା ଯାଉଛି ।

କଏଦୀମାନେ ଟେନିସ ବଲରୁ ତମାଖୁ ଓ ମାଦକ ଦ୍ରବ୍ୟ ସଂଗ୍ରହ କରୁଥିବା ଆମେ ସୂଚନା ପାଇଛୁ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜେଲରେ ଅଚାନକ ଚଢ଼ାଉ କରିଥିଲା ପୁଲିସ । ଚଢ଼ାଉ ବେଳେ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଛି ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଚଢାଉ କରାଯାଇଥିଲା । ଚଢ଼ାଉରେ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେସହ ପୁଲିସ ଟିମ୍‌ ଓ ସଦର SDPO ସାମିଲ ହୋଇଥିଲେ । ଚଢ଼ାଉ ବେଳେ ଜେଲ ଭିତରୁ ଅନ୍ତେବାସୀଙ୍କ ନିକଟରୁ ଗୁଟଖା, ଖଇନି, ଭାଙ୍ଗ ଓ ଲାଇଟର ଜବତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com