ଓଡ଼ିଶାରାଜନୀତି

ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିଲେ ଅସନ୍ତୁଷ୍ଟ କର୍ପୋରେଟର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୨୯ ବିଜେଡି କର୍ପୋରେଟରଙ୍କ ସହ ପ୍ରାୟ ୫ଜଣ ପୂର୍ବତନ କର୍ପୋରେଟର ଶୁକ୍ରବାର ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ସେମାନେ ଶାରଦୀୟ ପୂଜାର ଅଭିନନ୍ଦନ ଜଣାଇବା ସହ ଦଳର ଦୁଇ କର୍ପୋରେଟର ତଥା ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଅମରେଶ ଜେନା ଓ ଏକାମ୍ର ନିର୍ବାଚନମଣ୍ଡଳୀର ବିରଞ୍ଚତ୍ ମହାସୁପକାରଙ୍କୁ ନେଇ ମନରେ ରହିଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି । ସ

ମ୍ପୃକ୍ତ ଦୁଇ କର୍ପୋରେଟରଙ୍କ ଉପରେ ଦଳ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ସେ ନେଇ ଅବଗତ ହେବା ଏହି ସାକ୍ଷାତର ମୂଳ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି । ତେବେ ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବାବେଳେ ଖୁବ୍‌ଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବୀନ ନିଜଆଡୁ ସୂଚନା ଦେଇଥିବା ଜଣାପଡିଛି ।

ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପର୍ୟ୍ୟନ୍ତ ଦଳର କୌଣସି କାର୍ୟ୍ୟରେ ଦୁଇ ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଶୁକ୍ରବାର ସକାଳେ ସେମାନେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଏହି ନିଷ୍ପତ୍ତି ଜଣାଇଛନ୍ତି। ଏନେଇ ଜଣେ କର୍ପୋରେଟର କହିଛନ୍ତି, ସମସ୍ତେ ଦଳୀୟ ଶୃଙ୍ଖଳାରେ ବନ୍ଧା ହୋଇଥିବାବେଳେ ଦୁଇ ବିଦ୍ରୋହୀ କର୍ପୋରେଟର ବାରମ୍ବାର ଦଳ ଏବଂ ଦଳୀୟ ନେତାଙ୍କ ବିରୋଧରେ କାର୍ୟ୍ୟ କରି ଆସୁଛନ୍ତି ।

ତେଣୁ ଯେ ପର୍ୟ୍ୟନ୍ତ ଦଳ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିଛି, ସେ ପର୍ୟ୍ୟନ୍ତ ଦଳୀୟ କାର୍ୟ୍ୟରୁ ଆମେମାନେ ଦୂରେଇ ରହିବୁ। ସେହିପରି କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିବାକୁ ସେମାନଙ୍କୁ ୧୫ଦିନ ସମୟ ଦିଆଯାଇଛି ।

ଯଦି ଏହାପରେ କିଛି କାର୍ୟ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ଆମେ ୩୨ କର୍ପୋରେଟର ଚରମ ନିଷ୍ପତ୍ତି ନେବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଶଙ୍ଖଭବନଠାରେ ହୋଇଥିବା ଏକ ବୈଠକରେ ଦଳୀୟ କନ୍ଦଳ ସୃଷ୍ଟି ହୋଇଥିଲା ।

ଦୁଇ କର୍ପୋରେଟର ଅମରେଶ ଓ ବିରଞ୍ଚତ୍ ବାରମ୍ବାର ଦଳ ବିରୋଧୀ କାମ କରୁଥିବା ଦର୍ଶାଇ ସେମାନଙ୍କ ବିରୋଧରେ ଦୁଇ ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ମେଳି ବାନ୍ଧିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com