ଓଡ଼ିଶାରାଜନୀତି

ବିଜେଡି ସୁପ୍ରିମୋ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା କାଉଣ୍ଟର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ବିଜେପି ମିଛ କହୁଥିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କିଛିଦିନ ତଳେ ଭାଜପା ମିଛ କହୁଛି ବୋଲି ନବୀନ କହିଥିଲେ ।

ମିଛ ପ୍ରତିଶୃତି ଦେଇ ବିଜେପି କ୍ଷମତାକୁ ଆସିଛି ବୋଲି ନବୀନ କହିଥିଲେ । ତେବେ ଏହି ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ରାଜନୀତିରେ ଜୟ ପରାଜୟ ଲାଗି ରହେ । ଜିତିଲେ ଅଧିକ ଉନ୍ମାଦିତ ହେବା କି ପରାଜୟରେ ଅଧିକ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ ।

ପୂର୍ବରୁ ବିଜେପି ଅନେକ ଥର ହାରିଛି । ଦେଶରେ ୨ଟି ଲୋକ ସଭା ଆସନ ଥିଲା । ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ ବୋର୍ଡ କହୁଥିଲେ । ହେଲେ ଏବେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସେବା କରିବାର ସୁଯୋଗ ମିଳିଛି ।

ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି, ସିଏ ସେହି ଭୂମିକାରେ ସେ ସେବା କରନ୍ତୁ । ଯାହାକୁ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ୱ ଦେଇଛନ୍ତି ସେ ତାକୁ ପାଳନ କରନ୍ତୁ । ବାକି କଥା ଲୋକ ବିଚାର କରିବେ ବୋଲି ନବୀନଙ୍କୁ କଡ଼ା କାଉଣ୍ଟର କରି ଧର୍ମେନ୍ଦ୍ର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com