ଓଡ଼ିଶା

ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା; ପରୀକ୍ଷାର୍ଥୀ ଅସନ୍ତୋଷ

ଭୁବନେଶ୍ବର: ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି । ରବିବାର ଏହି ପରୀକ୍ଷାଗୁଡିକ ହେବାକୁ ଥିବା ବେଳେ ଓପିଏସସି ଏହାକୁ ବାତିଲ କରିଛି ।

ତେବେ ଓପିଏସସି ପରୀକ୍ଷାର ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ଲିଖିତ ପରୀକ୍ଷା ହେବାକୁ ଥିବା ବେଳେ ଏବେ ଏହାକୁ ବାତିଲ୍ କରାଯାଇଛି । ଅନିବାର୍ଯ୍ୟ କାରଣ ଦର୍ଶାଇ ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ କରିଛନ୍ତି ଓପିଏସସି ସଂପାଦକ ।

ତେବେ ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ବିଷୟର ପରୀକ୍ଷାଗୁଡିକ ବାତିଲ୍ ହେଲା ସେନେଇ ପରେ ତାରିଖ ଧାର୍ଯ୍ୟ କରାଯାଇଇ ବିଜ୍ଞପ୍ତି ବାହାରିବ ବୋଲି ସୂଚନା ଦେଇଛି ଓପିଏସସି । ତେବେ ଅନ୍ୟ ଅପ୍ସନାଲ ବିଷୟଗୁଡିକର ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ। ପରେ ବାତିଲ୍ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ବାହାରିବ ବୋଲି ଓପିଏସସି ସମ୍ପାଦକ କହିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com