ଅନ୍ତର୍ଜାତୀୟଜାତୀୟ

୨୦୨୪ ବର୍ଷ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର; ସଂଗଠନ ‘ନିହୋନ୍‌ ହିଡାନ୍‌କ୍ୟୋ

ନୂଆଦିଲ୍ଲୀ: ବର୍ଷ ୨୦୨୪ ପାଇଁ ଘୋଷଣା ହୋଇଛି ନୋବେଲ୍‌ ଶାନ୍ତି ପୁରସ୍କାର । ଜାପାନୀ ସଙ୍ଗଠନ ‘ନିହୋନ୍‌ ହିଡାନ୍‌କ୍ୟୋ’କୁ ମିଳିବ ଚଳିତ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର। ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରିବା ସହ ପରମାଣୁ ଅସ୍ତ୍ର ବିରୋଧରେ ପ୍ରଚାର ତଥା ସଚେତନତା ପାଇଁ ଏହି ସଙ୍ଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ‘ନିହୋନ୍‌ ହିଡାନ୍‌କ୍ୟୋ’ ସଂଗଠନର କହିବାକଥା, ବିଶ୍ୱରେ ଆଉ କେବେ ମଧ୍ୟ ପରମାଣୁ ଅସ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ ।

ସୂଚନା ଅନୁଯାୟୀ, ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ନରୱେ ନୋବେଲ କମିଟିକୁ ମୋଟ ୨୮୬ ପ୍ରାର୍ଥୀଙ୍କ ଆବେଦନ ମିଳିଥିଲା । ସେମାନଙ୍କ ମଧ୍ୟରୁ ଜାପାନର ନିହୋନ୍ ହିଡାନକିଓ ସଂଗଠନ ଉପରେ ମୋହର ବାଜିଛି। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଇରାନର ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ତେବେ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ।

ଏହି ଆକ୍ରମଣରେ ଜାପାନର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ କୋଟି କୋଟି ଟଙ୍କାର ଧନ-ସମ୍ପତ୍ତି ନଷ୍ଟ ହୋଇଥିଲା । କିନ୍ତୁ ଜାପାନ ଆମେରିକା ଉପରେ ପ୍ରତିଶୋଧ ନ ନେଇ କିପରି ପରମାଣୁ ଅସ୍ତ୍ରର ବ୍ୟବହାରକୁ ରୋକାଯିବ ସେ ଉପରେ କାର୍ଯ୍ୟ କରିଥିଲା। ଏଥିରେ ନିହୋନ୍ ହିଡାନକିଓ ସଂଗଠନ ମୁଖ୍ୟ ଭୂମିକା ନିଭାଇଥିଲା । ବିଶ୍ୱକୁ ଆଣବିକ ଅସ୍ତ୍ରଶସ୍ତ୍ରରୁ ମୁକ୍ତ କରିବା ପାଇଁ ସଂଗଠନ ଉଦ୍ୟମ ଜାରି ରଖିଥିଲା। ଏପରି ମହନୀୟ ଚିନ୍ତାଧାରା ଏବଂ ଉଦ୍ୟମ ପାଇଁ ଆଜି ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com