ଓଡ଼ିଶା

ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ଗସ୍ତ ଯିବେ ଏହି ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ନିମନ୍ତ୍ରଣ ରକ୍ଷାକରି ମୁଖ୍ୟମନ୍ତ୍ରୀ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶିଷ ନେବା ସହ ଲୋକଙ୍କ ସହ ମିଶିବାର କାର୍ଯ୍ୟକ୍ରମ ରହିଛି । ଖବର ମୁତାବକ, ଆଜି ଅପରାହ୍ନ ୩ଟା ୫୦ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚାଟାର ପ୍ଲେନ୍‌ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅପରାହ୍ନ ୪ଟା ୩୫ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ କେନ୍ଦୁଝର ସର୍କିଟ ହାଉସ୍‌ରେ ପହଞ୍ଚିବେ ।

ଏହା ପରେ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ରକ୍ଷାକରି ମୁଖ୍ୟମନ୍ତ୍ରୀ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶିଷ ନେବା ସହ ଲୋକଙ୍କ ସହ ମିଶିବେ। କେନ୍ଦୁଝର ସର୍କିଟ୍‌ ହାଉସ୍‌ରେ ରାତ୍ରି ଯାଯାପନ କରି ସୋମବାର ଚାଟାର ପ୍ଲେନ୍‌ ଯୋଗେ ଭୁବନେଶ୍ୱର ଅଭିମୁଖେ ବାହାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com