ଓଡ଼ିଶା

ମଣ୍ଡପରୁ ମାଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୂଜା ବେଳେ ମାଆଙ୍କର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର କୋରେଇରେଥିବା ବଙ୍ଗାଳୀ ସାହି ପୂଜା ମଣ୍ଡପରେ ଏହି ଲୁଟ୍‌ ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଯାଜପୁର କୋରେଇ ଥାନା ବରୁଣ୍ଡେଇବଙ୍ଗାଳୀ ସାହିରେ ପୂଜା ମଣ୍ଡପରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ପୋଲିସ୍ ତଦନ୍ତ ଚଳାଇଛି ।

ତେବେ ଗତକାଲି ମହାଅଷ୍ଟମୀ ରାତିରେ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀଙ୍କ ଠାରୁ ମଧ୍ୟ ଅଳଙ୍କାର ଲୁଟ୍ କରାଯାଇଛି । ପାଖାପାଖି ୧୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ପୂଜା କମିଟି ।

Related Articles

Back to top button
WP Twitter Auto Publish Powered By : XYZScripts.com