ଜାତୀୟ

କିଏ ଏହି ଲରେନ୍ସ ବିଷ୍ଣୋଇ ଏବଂ ଏହି ଗ୍ୟାଙ୍ଗ କାହିଁକି ଚର୍ଚ୍ଚାରେ, ଜାଣନ୍ତୁ

ନୂଆଦିଲ୍ଲୀ: ଭେଟେରାନ ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଲରେନ୍ସ ବିଷ୍ଣୋଇର ନାମ । ଲରେନ୍ସ ଜଣେ ପୋଲିସ୍ କନଷ୍ଟେବଳଙ୍କ ପୁଅ, ଯିଏ ବର୍ତ୍ତମାନ ଜଣେ କୁଖ୍ୟାତ ଅପରାଧୀ । ଜେଲରେ ଥିବା ଲରେନ୍ସର ଗ୍ୟାଙ୍ଗ ଗୋଟିଏ ପରେ ଗୋଟିଏ ବଡ଼ ଘଟଣା ଘଟାଇ ଚାଲିଛି । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଲରେନ୍ସ ବିଷ୍ଣୋଇର ଲଭ୍‌ ଷ୍ଟୋରୀ ବିଷୟରେ…

୨୦୦୮ ମସିହାରେ ଆରମ୍ଭ ହୋଇଥିଲା ଲରେନ୍ସ ବିଷ୍ଣୋଇର ଲଭ୍‌ ଷ୍ଟୋରୀ । ସେହି ସମୟରେ ସେ ଦଶମ ଶ୍ରେଣୀରେ ପଢୁଥିଲା । ନିଜ ଶ୍ରେଣୀରେ ପଢୁଥିବା ଝିଅ କାଜଲଙ୍କୁ ସେ ବେଶ୍‌ ପସନ୍ଦ କରୁଥିଲା । କାଜଲ ମଧ୍ୟ ଲରେନ୍ସଙ୍କୁ ପସନ୍ଦ କରୁଥିଲେ। ଦୁହେଁ ପରସ୍ପର ସହିତ ବନ୍ଧୁତା କଲେ ଏବଂ ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା । ଲରେନ୍ସର ପ୍ରାଥମିକ ଶିକ୍ଷା ପଞ୍ଜାବର ଅବୋହରର ଏକ କନଭେଣ୍ଟ ସ୍କୁଲରେ ହୋଇଥିଲା । ତା’ପରେ ସେ ତାର ପ୍ରେମିକାଙ୍କ ସହ ଚଣ୍ଡିଗଡ଼ର DAV କଲେଜକୁ ପଢିବାକୁ ଯାଇଥିଲା । ଉଭୟ କଲେଜ ପରେ ବିବାହ କରିବାକୁ ଚାହୁଁଥିଲେ ।

କିନ୍ତୁ ଏଥି ମଧ୍ୟରେ ଏପରି କିଛି ଘଟିଲା, ଯାହା ତାଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଲରେନ୍ସ କଲେଜରେ ସାଙ୍ଗମାନଙ୍କ ସହ ଏକ ଗ୍ୟାଙ୍ଗ ଗଠନ କରିଥିଲା । ତା’ପରେ ସେ କଲେଜରେ ଛାତ୍ର ସଂଗଠନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ନିର୍ବାଚନରେ ବିରୋଧି ଦଳଠାରୁ ଲରେନ୍ସ ହାରିଗଲା । ଏହା ପରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଦାବି ହୋଇଥିଲା ଯେ ବିରୋଧି ଦଳ ଲରେନ୍ସର ଗର୍ଲଫ୍ରେଣ୍ଡକୁ ଜୀବନ୍ତ ଜାଳି ଦେଇଥିଲା । ତେବେ ଏହା କେବଳ ଏକ ଦୁର୍ଘଟଣା ବୋଲି କୁହାଯାଇଥିଲା ।

ଏହାର ପ୍ରତିଶୋଧ ନେବାକୁ, ଲରେନ୍ସ ପଞ୍ଜାବ ବିଶ୍ୱବିଦ୍ୟାଳୟର ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (SOPU) ନାମକ ଏକ ଗ୍ୟାଙ୍ଗକୁ ସଂପୂର୍ଣ୍ଣ ସକ୍ରିୟ କରିଥିଲା । ପିଲାଦିନର ପ୍ରେମକୁ ହରାଇବା ପରେ ସେ କ୍ରୋଧିରେ ଜଳୁଥିଲା । ସେ ଏକ ରିଭଲଭର କିଣି ସେ ସମସ୍ତଙ୍କୁ ଗୁଳି କରି ହତ୍ୟା କରିଥିଲା ଯେଉଁମାନଙ୍କ ନାଁରେ ତାର ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରିଶେଷରେ, ଏହିପରି ଭାବରେ ଲରେନ୍ସ ଅପରାଧ ଜଗତରେ ଏଣ୍ଟ୍ରି କରିଥିଲା । ଆଉ ତାପରେ ଧୀରେ ଧୀରେ ନିଜର କାୟାବିସ୍ତାର କରିଥିଲା l

ଯାହାକି ବର୍ତ୍ତମାନ ବିଷ୍ଣୋଇ ଗ୍ୟାଙ୍ଗରେ ୭୦୦ ସଦସ୍ୟ, ବିଦେଶରେ ମଧ୍ୟ ଆଡ୍ଡା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବ୍ୟାପକ ସଂପ୍ରସାରଣ ହୋଇଛି । ଗ୍ୟାଙ୍ଗରେ ୭ ଶହ ସଦସ୍ୟ ରହିଛନ୍ତି । ୭୦ଟି ଦେଶରେ ସକ୍ରିୟ ରହିଛି ଗ୍ୟାଙ୍ଗ୍ । ଲରେନ୍ସ ବିଷ୍ଣୋଇ ଜେଲରେ ଥିବାରୁ କାନାଡାରୁ ପରିଚାଳିତ ହେଉଛି ଗ୍ୟାଙ୍ଗ୍ । ଲରେନ୍ସର ସହଯୋଗୀ ଗୋଲଡି ବରାଡ କାନାଡାରେ ରହି ଗ୍ୟାଙ୍ଗ୍ ଚଳାଉଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com