ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି ଭାରତ। ମହିଳା ଟି-୨୦ ୱାର୍ଲ୍ଡ କପ୍ରେ ଆଜି ( ରବିବାର) ୧୩ ଅକ୍ଟୋବରରେ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଖେଳା ଯାଇଛି । ଫଳରେ ଭାରତୀୟ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିବା ଆଶା ମଉଳି ଯାଇଛି । ରବିବାର ଗ୍ରୁପ ପର୍ଯ୍ୟାୟର କର ବା ମର ପରିସ୍ଥିତିରେ ମ୍ୟାଚ ଖେଳିବା ପରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ ହାସଲ କରିଥିବା ବେଳେ ଭାରତ ପାଇଁ ଅଧିନାୟକ ହରମପ୍ରୀତ ସିଂ ଦଳକୁ ଜିତାଇବାକୁ ସମସ୍ତ ପ୍ରୟାସ କରିଥିଲେ। ହେଲେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ୱିକେଟ ହରାଇ ୧୪୨ରନ କରିଥିଲା । ୧୫୨ରନର ଟାର୍ଗେଟକୁ ପୂରଣ ନକରିପାରି ପରାଜୟ ହୋଇଛି ଭାରତୀୟ ମହିଳା ଦଳ। ଏବେ ସେମିଫାଇନାଲ ପାଇଁ ଭାରତୁ ଆଜିର ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ ତେବେ ରନରେଟ ଆଧାରରେ ଭାରତ ସେମି ଫାଇନାଲରେ ପ୍ରବେଶ କରିବା ନେଇ ସମ୍ଭାବନା ସୃଷ୍ଟି ହେବ ।
ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ପ୍ରବେଶ କରିଛି। ହରମନପ୍ରୀତ ୫୪ ରନ୍ କରି ନଟଆଉଟ୍ ରହିଥିଲେ। ଭାରତକୁ ୬ଟି ବଲ୍ରେ ବିଜୟ ପାଇଁ ୧୪ ରନ୍ର ଆବଶ୍ୟକତା ଥିଲା । ହେଲେ ତାହା ଭାରତ କରି ପାରି ନଥିଲା । ଏହି କର ବା ମର ମ୍ୟାଚରେ ୯ ରନ୍ରେ ଭାରତକୁ ହାରିବାକୁ ପଡ଼ିଥିଲା ।ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସି ୧୫୨ରନ୍ର ଟାର୍ଗେଟ୍ ସେଟ୍ କରିଥିଲା। ଜବାବରେ ଭାରତୀୟ ଟିମ୍ ୯ ୱିକେଟ୍ ହରାଇ ୧୪୨ ରନ୍ କରି ପାରିଥିଲା ଏବଂ ମ୍ୟାଚକୁ ହାତ ଛଡ଼ା କରିଥିଲା ।